ସୌମ୍ୟ ରଞ୍ଜନଙ୍କ ହତ୍ୟା ମାମଲା, ଯାଞ୍ଚ୍ କରିବ NHRC

ସୌମ୍ୟ ରଞ୍ଜନଙ୍କ ହତ୍ୟା ମାମଲା, ଯାଞ୍ଚ୍ କରିବ NHRC
Samaya Live News Picture
Published On

ଭୁବନେଶ୍ୱର : ବାଲିଅନ୍ତା ବର୍ବର କାଣ୍ଡର ଯାଞ୍ଚ କରିବ NHRC (ଜାତୀୟ ମାନବାଧିକାର କମିଶନ) ଟିମ୍ । ୫ଦିନିଆ ଓଡିଶା ଗସ୍ତରେ ଆସି ଆଜି ଗ୍ରାଉଣ୍ଡ ଜିରୋରୁକୁ ଯାଇ ତଦନ୍ତ କରିବେ NHRC ର ୨ଜଣିଆ ଟିମ ।ବାଲିଅନ୍ତା ଗ୍ରାଉଣ୍ଡରୁ ହେବ ପ୍ରମାଣ ସଂଗ୍ରହ। ହତ୍ୟାକାଣ୍ଡରେ ସମ୍ପୃକ୍ତ ସୌମ୍ୟରଞ୍ଜନଙ୍କ ସାଙ୍ଗ ଓମ, ଯୁବତୀ ଓ ବାଲିଅନ୍ତା ପୋଲିସ କର୍ମଚାରୀଙ୍କୁ ଜେରା କରିବ NHRC । 

ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ଆଜିଠୁ ଜାତୀୟ ମାନବାଧିକାର କମିସନଙ୍କ ତଦନ୍ତ । ଏନଏଚଆରସିର ଦୁଇଜଣିଆ ଟିମ ୫ ତାରିଖ ପର୍ଯ୍ୟନ୍ତ ସରଜମିନ ତଦନ୍ତ କରିବେ। ବାଲିଅନ୍ତା ଭିଙ୍ଗାରପୁର ଘଟଣାସ୍ଥଳରୁ ହେବ ପିଟିପିଟି ହତ୍ୟାର ଖୋଳତାଡ଼ । କେଉଁ ପରିସ୍ଥିତିରେ ଆରମ୍ଭ ହେଲା ଯୁବତୀଙ୍କ ସହ ବଚସା? କେମିତି କମ ସମୟରେ ଜମା ହେଲା ଭିଡ଼? ପୋଲିସକୁ ଖବର କେତେବେଳେ ମିଳିଲା? ପୋଲିସ ଉପସ୍ଥିତିରେ କେମିତି ସୌମ୍ୟଙ୍କ ଉପରେ ହେଲା ଭିଡ଼ ଆକ୍ରମଣ? ସୌମ୍ୟଙ୍କୁ ରକ୍ଷା କରିବାକୁ ପୋଲିସ କି ପଦକ୍ଷେପ ନେଇଥିଲା? ସୌମ୍ୟଙ୍କ ସାଙ୍ଗ ଓମ୍ , ୨ଯୁବତୀ ସେଠାରେ ଥିବା ସାକ୍ଷୀ ଓ ଘଟଣା ବେଳେ ଉପସ୍ଥିତ ଥିବା ପୋଲିସ କର୍ମଚାରୀଙ୍କୁ କରିବେ ପଚରାଉଚରା। ଭିଡ଼ ଭିତରେ କିପରି ହେଲା ମୃତ୍ୟୁ ତାହାର କରିବେ ଯାଞ୍ଚ୍। ବରିଷ୍ଠ ପୋଲିସ ଅଧିକାରୀ ମାନେ ନିଜ କ୍ଷମତାର ଅପବ୍ୟବହାର କରି ତଳିଆ କର୍ମଚାରୀଙ୍କୁ ବ୍ୟକ୍ତିଗତ ଓ ଘରୋଇ କାମରେ ଲଗାଇଥିବା ଅଭିଯୋଗ ଉପରେ ମଧ୍ୟ କରିବେ ତଦନ୍ତ। ଘଟଣା ସମ୍ବନ୍ଧରେ ରେଲୱେ ଏସଆରପି ଓ ପୋଲିସ କମିଶନରଙ୍କ ସହ କରିବେ ଆଲୋଚନା।

Tags: