ଚାମେଲି ଓଝା ନିର୍ଯାତନା ମାମଲା , ତଦନ୍ତ କରିବ ଏନଏଚଆରସି ଟିମ

     ଚାମେଲି ଓଝା ନିର୍ଯାତନା ମାମଲା , ତଦନ୍ତ କରିବ ଏନଏଚଆରସି ଟିମ
Samaya Live News Picture
Published On

କେନ୍ଦ୍ରାପଡା : ଚାମେଲୀ ଓଝା ମାମଲାର ତଦନ୍ତ କରିବ ଏନଏଚଆରସି ଟିମ । ବହୁ ଚର୍ଚ୍ଚିତ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତ ସରପଞ୍ଚ ଚେମେଲୀ ଓଝା ମାମଲା । ଘଟଣାର ତଦନ୍ତ କରିବ ଜାତୀୟ ମାନବ ଅଧିକାର କମିଶନ । ଏନେଇ ଦିଲ୍ଲୀ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡା ଏସ୍ପି ଓ ଜିଲ୍ଲାପାଳଙ୍କୁ ନୋଟିସ ପଠାଯାଇଛି। ଆସନ୍ତା ୫ ତାରିଖରୁ ୩ ଜଣିଆ ଟିମ ଆସି କେନ୍ଦ୍ରାପଡ଼ାରେ ପହଞ୍ଚିବେ। ଏନେଇ ଏନଏଚଆରସିର ଦିଲ୍ଲୀ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡ଼ା ଏସ୍‌ପି ଓ ଜିଲ୍ଲାପାଳଙ୍କୁ ଆଗୁଆ ପତ୍ର ମାଧ୍ୟମରେ ସୂଚନା ଦିଆଯାଇଛି ।

ତଦନ୍ତ ସମୟରେ ଘଟଣା ସହ ଜଡ଼ିତ ବିଭିନ୍ନ ପକ୍ଷଙ୍କୁ କମିଶନଙ୍କ ଟିମ୍ ପଚରାଉଚରା କରିବେ। ମହାକାଳପଡ଼ା ପୁଲିସ, ବିଡିଓ, କାର୍ଯ୍ୟାଳୟର କର୍ମଚାରୀ, ଘଟଣା ସମୟରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀ, ତଦନ୍ତକାରୀ ଅଧିକାରୀ ଓ ସମ୍ପୃକ୍ତ ଡାକ୍ତରଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ। ଏହାସହ ଘଟଣା ସମ୍ପର୍କିତ ଦସ୍ତାବିଜ ଓ ତଦନ୍ତର ଅଗ୍ରଗତି ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି।

Tags: