ଆଉ ୫ଦିନ ବଢିପାରେ ନୂଆ ସୁଭଦ୍ରା ଆବେଦନ ପଞ୍ଜିକରଣ
ଭୁବନେଶ୍ୱର : ‘ସୁଭଦ୍ରା’ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆଉ ୫ଦିନ ବଢିପାରେ ନୂଆ ସୁଭଦ୍ରା ଆବେଦନ ପଞ୍ଚିକରଣର ଅବଧି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।
ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ପଞ୍ଜିକରଣ ଅବଧି ବୃଦ୍ଧି ନେଇ ସଙ୍କେତ ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅପ୍ରେଲ ୧ ରୁ ୩୦ ନୂଆ ହିତାଧିକାରୀମାନେ ନୂଆ କରି ଆପ୍ଲିକେସନ ଦେବେ। ଆବେଦନକାରୀଙ୍କ ସଂଖ୍ୟା ବହୁତ କମ ଅଛି କିନ୍ତୁ ସମୟ ପର୍ଯ୍ୟାପ୍ତ ଅଛି। ଯେଉଁମାନଙ୍କୁ ନୂଆ କରି ୨୧ ବର୍ଷ ହେଉଛି, ସେମାନେ ଆବେଦନ କରିବେ। ଟେକ୍ନିକାଲ ଅସୁବିଧା ଯଦି କେଉଁଠି ହେଉଛି, ତାହେଲେ ଆମେ ଆଉ ୫ ଦିନ ସମୟ ଅବଧି ବଢା଼ଇଦେବୁ।
ନୂଆ ସୁଭଦ୍ରା ଉପଭୋକ୍ତା ମାନେ ଏପ୍ରିଲ ୧, ୨୦୨୬ ସୁଦ୍ଧା ୨୧ ବର୍ଷରୁ ୬୦ ବର୍ଷୀୟ ମହିଳା ମାନେ ସୁଭଦ୍ରାରେ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ ବୋଲି ପୂର୍ବରୁ ସୂଚନା ରହିଥିଲା । କେବଳ ନୂଆ ସୁଭଦ୍ରା ଆବେଦନ କାରୀମାନେ ହିଁ ଏହି ଅବଧି ମଧ୍ୟରେ ନୂତନ ଭାବେ ଆବେଦନ କରିପାରିବେ। କିନ୍ତୁ ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ଗ୍ରହଣ କରାଯିବନାହିଁ ବୋଲି ସୂଚନା ରହିଛି ।
ନୂତନ ଆବେଦନଗୁଡ଼ିକ ସାଧାରଣ ସେବା କେନ୍ଦ୍ର (ସିଏସସି) ଏବଂ ଆମ ସେବା କେନ୍ଦ୍ର (ଏଏସ୍କେ) ମାଧ୍ୟମରେ ସୁଭଦ୍ରା ପୋର୍ଟାଲ ଜରିଆରେ ପଞ୍ଜିକୃତ କରାଯିବ। ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର (ଏଡବ୍ଲୁସି) ଏବଂ ସିଡିପିଓ କାର୍ଯ୍ୟାଳୟରେ ସମ୍ପୂର୍ଣ ନିଶୁଳ୍କ ଭାବେ ଆବେଦନ ପାଇଁ ଫର୍ମ ଦିଆଯିବ।



