ରାଜ୍ୟରେ ଖୋଲିବ ନାହିଁ ନୂଆ ସବ୍-ଟ୍ରେଜରୀ - ଆଇନମନ୍ତ୍ରୀ
By: Samaya Live News
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଗୃହ ଆରମ୍ଭରୁ ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ । ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି। ପ୍ରଶ୍ନକାଳ ମଧ୍ୟରେ ସବ୍-ଟ୍ରେଜରୀକୁ ନେଇ କିଛି ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ୍-ଟ୍ରେଜରୀ । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖିଲେ ଆଇନ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ‘ଏବେ ସବୁ ଟ୍ରେଜରୀ କାମ ଅନ୍ଲାଇନ ମାଧ୍ୟମରେ ହେଉଛି । ପେନସନ୍ରୁ ଆରମ୍ଭ କରି ଚାଲାଣ ଓ ବିଲ୍ ଅନ୍ଲାଇନରେ ହେଉଛି। ଇ-ଭାଉଚର୍ରେ ସବୁ ହେଉଥିବାରୁ ଆଉ ସବ୍-ଟ୍ରେଜରୀ ଖୋଲିବ ନାହିଁ। ବର୍ତ୍ତମାନ ରାଜ୍ୟରେ ୧୬୯ଟି ଟ୍ରେଜରି ରହିଛି।’
ସମ୍ବନ୍ଧିତ ଖବର ଯୁଦ୍ଧର ପ୍ରଭାବ ବଢ଼ିଲା ସୁନା ଦର
Tags:



