ସିଜିମାଳି କୁ ନୂଆ ରେଳ ଲାଇନ ସଂଯୋଗ
ରାୟଗଡା : ରାୟଗଡା ଜିଲ୍ଲା ସିଜିମାଳି ଖଣି ପର୍ଯ୍ୟନ୍ତ ସଂଯୋଗ ହେବ ନୂଆ ରେଳ ଲାଇନ୍। ରାଜ୍ୟରେ ଏକ ନୂଆ ବ୍ରଡ୍ ଗଜ୍ ରେଳଲାଇନ୍ ପ୍ରକଳ୍ପକୁ ସ୍ଵତନ୍ତ୍ର ରେଳ ପ୍ରକଳ୍ପ ଭାବେ ମାନ୍ୟତା ଦିଆଯାଇଛି । ଏନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରୀ ହୋଇଛି । ଟିକିରିରୁ ସିଜିମାଳି ବକ୍ସାଇଟ ଖଣି ପର୍ଯ୍ୟନ୍ତ ସଂଯୋଗ ହେବ ନୂଆ ରେଳ ଲାଇନ୍ । ଏହି ପ୍ରକଳ୍ପ ଦ୍ଵାରା ରାଜ୍ୟର ପରିବହନ ବ୍ୟବସ୍ଥା ଅଧିକ ସୁଦୃଢ ହେବ ବୋଲି ଆଶା କରାଯାଉଛି। ଏ ନେଇ ପୂର୍ବତଟ ରେଳବାଇ ନିର୍ମାଣ ବିଭାଗ ପକ୍ଷରୁ ଏପ୍ରିଲ ୨୧ ୨୦୨୬ରେ ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଇଛି। ପୂର୍ବତଟ ରେଲଓ୍ବେର ଓ୍ବାଲଟିୟର ଡିଭିଜନ୍ ଅଧୀନରେ ଏହି ଲାଇନ୍ କାର୍ଯ୍ୟ କରିବ। ଏହି ନୂଆ ରେଳପଥଟି ଟିକିରି ଷ୍ଟେସନକୁ କୁଟ୍ରୁମାଳି ଏବଂ ସିଜିମାଳି ବକ୍ସସାଇଡ୍ ଖଣି ସହ ସଂଯୋଗ କରିବ। ଏହା ଦ୍ୱାରା ଖଣିଜ ପରିବହନ ସହଜ ହେବା ସହ ସ୍ଥାନୀୟ ଅର୍ଥନୀତିକୁ ବେଶ୍ ଗତି ମିଳିବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।
Tags:



