ଖୁବଶୀଘ୍ର ନିଯୁକ୍ତ ହେବେ ନୂଆ ଲୋକାୟୁକ୍ତ
ଭୁବନେଶ୍ୱର : ଖୁବଶୀଘ୍ର ରାଜ୍ୟରେ ନିଯୁକ୍ତ ହେବେ ନୂଆ ଲୋକାୟୁକ୍ତ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଲୋକାୟୁକ୍ତ ନିଯୁକ୍ତି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଆର୍ଥିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ,ଏହା ଖୁବ ଶୀଘ୍ର ସମାପ୍ତ ହେବ । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଲୋକାୟୁକ୍ତ ନିଯୁକ୍ତ ହେବେ । ଏଥିପାଇଁ ପ୍ରଥମ ମିଟିଂ ସରିଛି । ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ଅଛି ସେଥିରେ ମୁଖ୍ୟମନ୍ତ୍ରୀ, ବିଧାନସଭାର ବାଚସ୍ପତି, ବିରୋଧୀ ଦଳ ନେତା ଚୟନ ପ୍ରକ୍ରିୟାରେ ନିଷ୍ପତ୍ତି ନେଇଥାନ୍ତି । ଆଶା କରୁଛୁ ବହୁମନ୍ତ ଅନୁସାରେ ଆଗାମୀ ଦିନରେ ଓଡ଼ିଶା ନୂଆ ଲୋକାଯୁକ୍ତ ଦେଖିବ।
ସେପଟେ, ବିରୋଧୀଙ୍କୁ ଟାର୍ଗେଟ କରି ରାଜସ୍ବମନ୍ତ୍ରୀ କହିଛନ୍ତି କ୍ଷମତା ଚ୍ୟୁତ ହୋଇ ବିରୋଧୀଙ୍କୁ ୨ ବର୍ଷ ଲମ୍ବା ଲାଗୁଛି । ବିରୋଧୀ ଯଦି କହୁଛନ୍ତି ବିଳମ୍ୱ ହେଇଗଲା, ତାହେଲେ ସେମାନେ କୁହନ୍ତୁ ୨୪ ବର୍ଷ ଲମ୍ବା ସମୟ ନା ୨ ବର୍ଷ ଲମ୍ବା ସମୟ । ୨୪ ବର୍ଷରେ ଯାହା କରି ନଥିଲେ ୨ ବର୍ଷରେ ତାହା କରୁଛୁ । ୫ ବର୍ଷରେ ଯାହା କରିବୁ ତାହା ବିରୋଧୀ କଳ୍ପନା କରିନଥିବେ।




