ଓଡିଶା ପାଇଁ ନୂଆ ସୁଯୋଗ,ସୋସିଆଲ ମିଡିଆରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
By: Samaya Live News
ଭୁବନେଶ୍ୱର : ଭାରତ - ଆମେରିକା ବାଣିଜ୍ୟିକ ଚୁକ୍ତିରୁ ଓଡିଶାକୁ ଫାଇଦା l ଏନେଇ ନିଜ ସୋସିଆଲ ମିଡ଼ିଆ ଏକ୍ସ ରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ସେ କହିଛନ୍ତି ଶୁଳ୍କ କୋହଳ ହେବା କାରଣରୁ ରପ୍ତାନି ସହଜ ହେବ l ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅର୍ଥ ନୀତିକୁ ଦେବ ନୂଆ ପରିଚୟ l 'ବ୍ଲୁ-ଇକୋନୋମି'ର ପ୍ରମୁଖ କେନ୍ଦ୍ର ହେବ ଓଡିଶା l ବିଶ୍ୱ ବଜାରରେ ଓଡ଼ିଶାର ସାମୁଦ୍ରିକ ଖାଦ୍ୟର ବଢିବ ଚାହିଦା l ଚିଙ୍ଗୁଡ଼ି,କଙ୍କଡା ଆଦି ସାମୁଦ୍ରିକ ଖାଦ୍ୟର ଚାହିଦା ବୃଦ୍ଧି ପାଇବ l ଫଳରେ ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀ ଓ ଚାଷୀଙ୍କ ଆୟ ବଢିବ l
ସମ୍ବନ୍ଧିତ ଖବର ପିଟି ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କ ପରଲୋକ
.jpg)
ସମ୍ବନ୍ଧିତ ଖବର ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ
ସେହିପରି ଓଡ଼ିଶାର ପୋଷାକ ଶିଳ୍ପରେ ମଧ୍ୟ ଚାହିଦା ବଢିବ l ସମ୍ବଲପୁରୀ ହେଉ କିମ୍ବା ଆଧୁନିକ ରେଡ଼ିମେଡ଼ ଶୁଳ୍କ କୋହଳ ହେବା କାରଣରୁ ଆମେରିକା ବଜାରରେ ପ୍ରବେଶ ସହଜ ହେବ l ବିଶ୍ୱ ବଜାରରେ ଓଡ଼ିଶାର ପାରମ୍ପରିକ ପୋଷାକ ଏକ ଟ୍ରେଣ୍ଡ ସୃଷ୍ଟି କରିବ l ବୁଣାକାର ଓ ହସ୍ତତନ୍ତ ଶିଳ୍ପୀଙ୍କ ପାଇଁ ନୂଆ ପଥ ଉନ୍ମୁକ୍ତ ହେବ l
ସମ୍ବନ୍ଧିତ ଖବର ରାଜ୍ୟରେ ବ୍ୟାନ ହେବନି ପାନ ମସଲା
Tags:



