ଭୁବନେଶ୍ବରରେ ଖୋଲିବ ‘ସେବି’ ର ନୂତନ କାର୍ଯ୍ୟାଳୟ

ଭୁବନେଶ୍ବରରେ ଖୋଲିବ ‘ସେବି’ ର ନୂତନ କାର୍ଯ୍ୟାଳୟ
Samaya Live News Picture
Published On

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ SEBI( Securities and Exchange bourd of india )ର ନୂଆ କାର୍ଯ୍ୟାଳୟ  I ଏହା ପୂର୍ବ ଭାରତରେ ସେବିର ପ୍ରଥମ କାର୍ଯ୍ୟାଳୟ ହେବ । ଏନେଇ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସେବି ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ । ଆଜି ଏଥିପାଇଁ ଭଡ଼ା ଚୁକ୍ତି ସ୍ବାକ୍ଷର ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଏକ ଛୋଟ କାର୍ଯ୍ୟାଳୟ ଆରମ୍ଭ ହେବ। ଆସୋସିଏସନ ଅଫ ମ୍ୟୁଚୁଆଲ ଫଣ୍ଡ ଅଫ ଇଣ୍ଡିଆର ଏକ କର୍ମଶାଳାରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ସେବି ଅଧ୍ୟକ୍ଷ । 

ଓଡିଶାରେ SIP ର ଚାହିଦା ବଢ଼ିଛି I ୧୦ ବର୍ଷରେ ୧୦ ଗୁଣା ଅଧିକ SIP ଇନଭେଷ୍ଟମେଣ୍ଟ ବୃଦ୍ଧି ପାଇଛି। ହେଲେ ଇନଭେଷ୍ଟମେଣ୍ଟ କ୍ଷେତ୍ରରେ ଏବେ ବି ଓଡିଶା ପଛରେ ରହିଛି। ତେଣୁ ଏହାକୁ ବୃଦ୍ଧି କରିବା ପାଇଁ ଅଣ୍ଟା ଭିଡ଼ିଛି ସେବି। ଓଡିଶାରେ municipality bond କୁ ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କୁ ସେବି ପକ୍ଷରୁ ପରାମର୍ଶ ଦିଆଯାଇଛି। ମ୍ୟୁନିସପାଲିଟିଗୁଡ଼ିକ ପାଇଁ ପାଣ୍ଠି ସଂଗ୍ରହ କରିବାର ଏହି ବ୍ୟବସ୍ଥାକୁ ଓଡ଼ିଶା ଗମ୍ଭୀରତାର ସହ ଗ୍ରହଣ କରିବା ଦରକାର ବୋଲି ସେ କହିଥିଲେ। ବର୍ତ୍ତମାନ ସୁଦ୍ଧା ଦେଶର ୨୨ଟି ସହରାଞ୍ଚଳ ପୌର ସଂସ୍ଥା ୩୩ ମୁନସିପାଲିଟି ବଣ୍ଡ ଜାରି କରି ୪୫୦୦ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁନସିପାଲିଟିଗୁଡ଼ିକ ଏହି ବଣ୍ଡ୍ ଜାରି କରିଛନ୍ତି। ଓଡ଼ିଶା ମଧ୍ୟ‌ ସେଥିରେ ସାମିଲ ହୋଇ ସେହି ବଣ୍ଡ୍‌ର ଲାଭ ହାସଲ କରିବା ଉଚିତ୍‌। ଦ୍ରୁତ ଗତିରେ ବଢ଼ୁଥିବା ସହରାଞ୍ଚଳ ବିକାଶ ପାଇଁ ପାଣ୍ଠି ଆବଶ୍ୟକତା ପୂରଣ କରିବାରେ ଏହି ବଣ୍ଡ୍ ସହାୟକ ହୋଇପାରିବ। କେନ୍ଦ୍ର ସରକାର ଏହି ବଣ୍ଡ୍ ଉପରେ ଅନୁଦାନ ଆକାରରେ ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି । ତେଣୁ ଓଡିଶା ସମିତ ବିଭିନ୍ନ ରାଜ୍ୟ ସରକାରଙ୍କୁ ଏହି ବଣ୍ଡ୍ ଆରମ୍ଭ କରିବା ପାଇଁ ସେବି ପକ୍ଷରୁ ପରାମର୍ଶ ଦିଆଯାଇଛି ।

Tags: