ଅବକାରୀ ବିଭାଗର ନୂଆ ଗାଇଡଲାଇନ୍ , ଟେଟ୍ରା ପ୍ୟାକରେ ମଦ ମିଳିବ

ଅବକାରୀ ବିଭାଗର ନୂଆ ଗାଇଡଲାଇନ୍ , ଟେଟ୍ରା ପ୍ୟାକରେ ମଦ ମିଳିବ
Samaya Live News Picture
Published On

ଭୁବନେଶ୍ଵର : ଅବକାରୀ ବିଭାଗ ନୂଆ ଗାଇଡଲାଇନ । ଏଣିକି ଟେଟ୍ରା ପ୍ୟାକରେ ମଦ ମିଳିବ। ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର । ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ନୂଆ ଗାଇଡଲାଇନ ଅନୁସାରେ, ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ। ହେଲେ ରାଜ୍ୟର ଅନ୍ୟାନ୍ୟ ବେଳାଭୂମିରେ ଓଟିଡିସିକୁ  କୁ ବିକ୍ରି ପାଇଁ ଅନୁମତି ଦିଆଯାଇଛି। ବିଭିନ୍ନ ଇକୋ ରିଟ୍ରିଟରେ ମଧ୍ୟ ମଦ କୁଡ଼ିଆ ଖୋଲାଯାଇ ମଦ ବିକ୍ରି ହେବ ।

କିଛି ଦିନ ତଳେ ସରକାର ନୂଆ ଅବକାରୀ ନୀତି ୨୦୨୬-୨୯ ଆଣିଥିଲେ। ୧ ଏପ୍ରିଲ ୨୦୨୬ରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରାଯାଇଥିଲା। ଏହି ନୀତି ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ହେଉଛି ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ ସେସ ପ୍ରବର୍ତ୍ତନ। ନୂଆ ଅବକାରୀ ନୀତିରେ ମଦକୁ କ୍ଷତିକାରକ ପଦାର୍ଥ ଭାବେ ସ୍ବୀକାର କରାଯାଇଛି। ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦% ବୃଦ୍ଧି ହେବ। ଲାଇସେନ୍ସ ଶୁଳ୍କ ପ୍ରତିବର୍ଷ ୧୦ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ।

ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ। ରାଜ୍ୟର ଅନ୍ୟାନ୍ୟ ବେଳାଭୂମିରେ କେବଳ OTDCକୁ ବିକ୍ରି ପାଇଁ ଅନୁମତି ଅଛି। ବିଭିନ୍ନ ଇକୋ ରିଟ୍ରିଟରେ ମଧ୍ୟ ମଦ କୁଡ଼ିଆ ଖୋଲାଯାଇ ମଦ ବିକ୍ରି ହୋଇପାରିବ। ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ଯେ, ପୁରୀ ବାଦ ଯଦି ଓଡ଼ିଶା ପର୍ଯ୍ୟଟନ ନିଗମ ଚାହିଁବ, ତାହାଲେ ସେମାନେ ବେଳାଭୂମିରେ ମଦ ଦୋକାନ ଖୋଲି ପାରିବେ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Tags: