ପୀତବାସ ହତ୍ୟା କାଣ୍ଡରେ ନୂଆ ତଥ୍ୟ
ଆପତ୍ତିଜନକ ଫଟୋକୁ ନେଇ ବିକ୍ରମଙ୍କୁ କରୁଥିଲେ ବ୍ଲାକମେଲ
By: Samaya Live News
ବ୍ରହ୍ମପୁର : ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛରେ ଚାଞ୍ଚଲ୍ୟକର ତଥ୍ୟ । ଆପତ୍ତିଜନକ ଫଟୋ ରଖି ବିକ୍ରମଙ୍କୁ କରୁଥିଲେ ବ୍ଲାକମେଲ । ପୋଲିସ ଦେଇଥିବା ଚାର୍ଜ ସିଟର ଦୁଇଟି ଫର୍ଦ୍ଦରେ ଏହା ଦର୍ଶାଯାଇଛି । ପୀତବାସ ପଣ୍ଡା ବିକ୍ରମ ପଣ୍ଡାଙ୍କର କିଛି ଆପତ୍ତି ଜନକ ଫୋଟୋ ଏବଂ ଏକ ପେନ ଡ୍ରାଇଭ ପାଇ ତାକୁ ପ୍ରଘଟ କରିଦେବାପାଇଁ ବିକ୍ରମଙ୍କୁ ବାରମ୍ବାର ଧମକ ଦେଉଥିବା ଏଥିରୁ ଜଣା ପଡିଛି । ତେବେ ପୀତବାସ ହତ୍ୟାକାଣ୍ଡ ପଛରେ ରାଜନୈତିକ ଓ ବ୍ୟାବସାୟିକ ଶତ୍ରୁତା ଥିବା ପୁଲିସ ପ୍ରେସମିଟରେ କହିଥିଲା ବେଳେ ଏବେ ବିକ୍ରମ ପଣ୍ଡାଙ୍କ ଆପତ୍ତିଜନକ ଫଟୋ ଲିଙ୍କ ମାମଲାକୁ ଆହୁରି ଜଟିଳ କରିଛି । ପୋଲିସ ସେହି ୪ ଟି ଫଟୋକୁ ଜବତ କରିଛି ।
ସମ୍ବନ୍ଧିତ ଖବର ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି
ଅନ୍ୟପଟେ,ଏହି ଅଭିଯୋଗ ଓ ଫଟୋକୁ ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ ଖଣ୍ଡନ କରିଛନ୍ତି । ଏହାକୁ ଷଡ଼ଯନ୍ତ୍ର ବୋଲି କହି ସେ ସବୁ ଫୋଟୋ କପି ପ୍ରଦାନ କରିବା ପାଇଁ କୋର୍ଟରେ ପିଟିସନ ଦାଖଲ କରିଛନ୍ତି l ପୋଲିସ ସିଜର ଲିଷ୍ଟରେ କୌଣସି ଫୋଟୋ କିମ୍ବା ପେନଡ୍ରାଇଭ ଦାଖଲ ହୋଇନଥିବା କହିଛନ୍ତି ଦୀପକ l
ସମ୍ବନ୍ଧିତ ଖବର ଅର୍ଥନୈତିକ କରିଡରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ସମ୍ବନ୍ଧିତ ଖବର କୋର୍ଟ ଉଡାଇଦେବାକୁ ବୋମା ଧମକ
Tags:



