ନିଟ୍ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା

ନିଟ୍ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା
Samaya Live News Picture
Published On

ଭଦ୍ରକ : ଆତ୍ମହତ୍ୟା କଲେ ନିଟ୍ ପରୀକ୍ଷାର୍ଥୀ I ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ଜାଣି ଚରମ ନିଷ୍ପତି ନେଇଛନ୍ତି ଛାତ୍ର । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନସ୍ଥ ନୁନ୍ଦର ଗାଁରେ। ମୃତ ଛାତ୍ର ହେଉଛନ୍ତି ଜ୍ୟୋତି ପ୍ରକାଶ ବାରିକ । ସେ ୨ୟ  ଥର ପାଇଁ ନିଟ୍ ପରୀକ୍ଷା ଦେଇଥିଲେ I 

ସୂଚନାନୁସାରେ, ଭଦ୍ରକ ଜିଲ୍ଲା ନୁନ୍ଦର ଗାଁର ଗିରିଧାରୀ ବାରିକ ଜଣେ ଚା ଦୋକାନୀ । ତାଙ୍କ ପୁଅ ଜ୍ୟୋତିପ୍ରକାଶ ବାରିକ ଭୁବନେଶ୍ୱରରେ ରହି ନିଟ୍ ପରୀକ୍ଷା ଦେଇଥିଲେ । ପ୍ରଥମ ନିଟ୍ ପରୀକ୍ଷାରେ ୩୩୦ ମାର୍କ ରଖିଥିଲେ । ପରେ ଭଦ୍ରକ ଆସି ବାପା ଓ ମାଆଙ୍କ ସହ ରହି ପଢାପଢି କରି ୨ୟ ଥର ପାଇଁ ନିଟ୍ ଦେଇଥିଲେ । ତେବେ ୨ୟ ପରୀକ୍ଷାରେ ମଧ୍ୟ ଭଲ କରି ନଥିବା ନେଇ ନିଜେ ମାର୍କିଂ କରିଥିଲେ । ଏହାପରେ ପରୀକ୍ଷା ଫଳକୁ ନେଇ ସେ ଚିନ୍ତିତ ରହୁଥିଲେ । ଘଟଣା ଦିନ ବାପା' ମା' ଚା ଦୋକାନକୁ ଯାଇଥିବାବେଳେ ଘରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ ଜ୍ୟୋତିପ୍ରକାଶ । ଏହାଦେଖି ପରିବାର ଲୋକେ ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Tags: