ନୟାଗଡ଼ ଚିନି କଳର ହେବ ପୁନରୁଦ୍ଧାର - ମୁଖ୍ୟମନ୍ତ୍ରୀ

ସୁଭଦ୍ରା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ନୟାଗଡ଼ ଚିନି କଳର ହେବ ପୁନରୁଦ୍ଧାର - ମୁଖ୍ୟମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଖୁବ ଶୀଘ୍ର ନୟାଗଡ଼ ଚିନି କଳର ହେବ ପୁନରୁଦ୍ଧାର । ଇଣ୍ଡିଆନ ପଟାସ ଲିମିଟେଡ୍ ସହଯୋଗରେ ହେବ ପୁନରୁଦ୍ଧାର । ଆଜି ଖୋର୍ଦ୍ଧା ଲାଠିପଡ଼ା ସୁଭଦ୍ରା ତାଙ୍କ ପ୍ରଦାନ ଅବସରରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  । ସେ କହିଛନ୍ତି ନୟାଗଡ଼ ମାଟିର ବଡ଼ ସମସ୍ୟା ଚିନି କଳ ପୁନଃପ୍ରତିଷ୍ଠା । ଏଥିପାଇଁ ଅନେକ ଥର ଦାବି ହୋଇଛି । ଖୁବଶୀଘ୍ର କେନ୍ଦ୍ର ସରକାର ଏବଂ ଇଣ୍ଡିଆନ ପଟସ ଲିମିଟେଡ ସହଯୋଗରେ ନୟାଗଡ଼ ଚିନି କଳକୁ ପୁନଃ କାର୍ଯ୍ୟକ୍ଷମ କରାଯିବ । ଖୁବ୍ କମ୍ ଦିନରେ ଏହି କାମ ଆରମ୍ଭ ହେବ । 

ସେପଟେ, ଆଜି ସୁଭଦ୍ରା ମଞ୍ଚରେ ଆଉ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଥିଲା ।  ସୁଭଦ୍ରା ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚନ୍ଦନ ଲଗାଇ, ଥାଳିରେ ଦୀପ ବୁଲାଇ ରାଖି ବାନ୍ଧି ଥିଲେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ରାଖି ବାନ୍ଧିବା  ମିଠା ମଧ୍ୟ ଖୁଆଇଥିଲେ। 

 

Tags: