୧୪ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ନବୋଦୟ ବିଦ୍ୟାଳୟ ବନ୍ଦ

୧୪ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ନବୋଦୟ ବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର : ଖୋର୍ଦ୍ଧା ଜିଲା ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ବ୍ୟାପିବା ଘଟଣା ଇ ଏହାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । ପିଲାମାନଙ୍କୁ ଘରକୁ ନେଇଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ନବୋଦୟ ବିଦ୍ୟାଳୟରେ ସ୍ଥିତି ପରଖିଛନ୍ତି ନବୋଦୟ ସମିତି କମିଶନର । କାମଳ ବ୍ୟାପିବା ଘଟଣା ଦୁଇ ଦିନ ବ୍ୟାପିଥିଲେ ହିଁ ପ୍ରକୃତ କାରଣ ଜଣାପଡିନାହିଁ । କିନ୍ତୁ ହେପାଟାଇଟସ୍‌-ଏ ବୋଲି ସନ୍ଦେହ କରାଯାଉଛି ।

ସମ୍ବନ୍ଧିତ ଖବର ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ବର୍ତ୍ତମାନ ସୁଦ୍ଧା ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ଯା ୮୧ରେ ପହଞ୍ଚିଛି । ଏହାକୁ ଆଖି ଆଗରେ ରଖି ନବୋଦୟ ବିଦ୍ୟାଳୟ କେନ୍ଦ୍ର କମିଶନର ରାଜେଶ ଲେଖାନୀ ସାତଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର ଶିମିଳିପାଳ ଶୂନ ଡିଗ୍ରୀ,ମୟୁରଭଞ୍ଜରେ ହାଡ଼ ଭାଙ୍ଗୁଛି ଜାଡ଼

ଆସନ୍ତା ଚଉଦ ତାରିଖ ପରେ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି । ଏହି ସମୟରେ ବିଦ୍ୟାଳୟକୁ ସମ୍ପୁର୍ଣ୍ଣ ସାନିଟାଇଜ କରାଯିବ। ୱାଟର ଲେବଲ ଟେଷ୍ଟିଙ୍ଗ ପାଇଁ ଖୋର୍ଦ୍ଧା ଜିଲା ସ୍ବାସ୍ଥ୍ଯ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡେପୁଟି କମିଶନର ଆର କେ ବର୍ମା ସୂଚନା ଦେଇଛନ୍ତି । ସ୍ଥିତି ସ୍ବାଭାବିକ ହେବା ପରେ ନିଷ୍ପତ୍ତି ନିଆଯିବ ବୋଲି ଅଧ୍ଯକ୍ଷା କବିତା କର କହିଛନ୍ତି । ବିଦ୍ଯାଳୟରେ ନିର୍ମାଣ ଚାଲିଥିବାରୁ ଭୂତଳ ଜଳ ପାଇପ ଲାଇନ ଫାଟି ଜଳ ଦୂଷିତ ହୋଇ ଏଭଳି ସ୍ଥିତି ଉପୁଜିଥିବା ସ୍ବୀକାର କରିଛନ୍ତି ଅଧ୍ଯକ୍ଷା।

ସମ୍ବନ୍ଧିତ ଖବର ଶ୍ରୀ ପତିତପାବନଙ୍କ ଆଳତିରେ ଅହେତୁକ ବିଳମ୍ବ,ଭକ୍ତ ନିରାଶ

 

Tags: