ଆଜି କଟକରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ: ବିଜେପି କର୍ମୀଙ୍କୁ ଉଠାଇ ନେଲା ପୋଲିସ
କଟକ: ଡିସେମ୍ବର ୧୩: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କଟକଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବିଜେପି କର୍ମୀ କଟକରେ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ବାରଣ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଟକର ବିଜେପି ସଭାପତି ଲଲାଟେନ୍ଦୁ ବାଡ଼ୁଙ୍କ ନେତ୍ୱତୃରେ କଟକର ଯୋବ୍ରା ଓ ଆନନ୍ଦ ଭବନ ଛକ ଏକ ବିଜେପି ଶୋଭାଯାତ୍ରା ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା । ହେଲେ ଏହା […]
କଟକ: ଡିସେମ୍ବର ୧୩: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କଟକଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବିଜେପି କର୍ମୀ କଟକରେ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ବାରଣ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଟକର ବିଜେପି ସଭାପତି ଲଲାଟେନ୍ଦୁ ବାଡ଼ୁଙ୍କ ନେତ୍ୱତୃରେ କଟକର ଯୋବ୍ରା ଓ ଆନନ୍ଦ ଭବନ ଛକ ଏକ ବିଜେପି ଶୋଭାଯାତ୍ରା ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା । ହେଲେ ଏହା ପୂର୍ବରୁ ପୋଲିସ ଏହି ଯୋଜନାକୁ ଭଣ୍ଡୁର କରିଛି । ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ ବିଜେପି ଯୁବମୋର୍ଚ୍ଚାର କର୍ମୀମାନଙ୍କୁ ପୋଲିସ ଉଠାଇ ନେଇଛି ।
ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କଟକ ଗ୍ରସ୍ତକୁ ବିରୋଧ କରି ବକ୍ସିବଜାରରେ କଳାପତାକା ପ୍ରଦର୍ଶନ ସହ ବିକ୍ଷୋଭ କରାଯାଇଛି । ବିରୋଧ ପ୍ରଦର୍ଶନ କରୁଥିବା ପ୍ରାୟ ୨୦ ଯୁବ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ପୁଲିସ ଉଠାଇନେଇଛି । ମୁଖ୍ୟମନ୍ତ୍ରୀ ଆଜି କଟକ ଗସ୍ତରେ ଆସି ସ୍ମାର୍ଟ କାର୍ଡ ବଣ୍ଟନ ସହ ୧୫ ଶହ କୋଟିର ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି । ଏନେଇ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇ ବିରୋଧ କରାଯାଇଛି । ଯୋବ୍ରା ଓ ଆନନ୍ଦ ଭବନ ଛକଠାରେ ବିଜେପି କର୍ମୀ ପ୍ରତିବାଦ କରୁଥିବା ବେଳେ ପୋଲିସ ଘଟଣାସ୍ଥଳରୁ ବିଜେପି କର୍ମୀଙ୍କୁ ଉଠାଇନେଇଛି । ଏହିପରି କି ପୋଲିସ ଏକ ବଡ଼ ବିରୋଧ ଆଶଙ୍କାରେ ସଭାପତି ଲାଲାଟେନ୍ଦୁ ବଡୁ ଓ ଦଳର ସଂଖ୍ୟାଲଘୁ ରାଜ୍ୟ ସଭାପତି ସିକନ୍ଦର ଅଲ୍ଲିଙ୍କୁ ଅଟକ ରଖିଛି । ବାଲିଯାତ୍ରା ପଡ଼ିଆରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପର୍ବରୁ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ।




