ଓଡିଶା ସାଂସଦଙ୍କୁ ନବୀନଙ୍କ ଚିଠି
ଭୁବନେଶ୍ୱର : ଓଡିଶା ସାଂସଦଙ୍କୁ ନବୀନଙ୍କ ଚିଠି । ରାଜ୍ୟର ସବୁ ସାଂସଦ ମାନଙ୍କୁ ଚିଠି ଲେଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସୀମା ପୁନଃ ନିର୍ଦ୍ଧାରଣ ବିଲକୁ ନେଇ ଚିଠି ଲେଖିଛନ୍ତି । ୧୩୧ତମ ସମ୍ବିଧାନ ସଂଶୋଧନ ପ୍ରସଙ୍ଗ ଉଠାଇ ନବୀନ ଚିଠି ଲେଖିଛନ୍ତି । ସେ କହିଛନ୍ତି ରାଜ୍ୟର ଅର୍ଥନୈତିକ ଓ ରାଜନୈତିକ ସ୍ୱାର୍ଥକୁ ଗୁରୁତ୍ତ୍ଵ ଦିଅନ୍ତୁ । ଓଡ଼ିଶାର ଦୀର୍ଘମିଆଦି ସ୍ବାର୍ଥ, ସମାନୁପାତିକ ପ୍ରତିନିଧିତ୍ବ, ଗୌରବ ଅକ୍ଷୁଣ୍ଣ ଜରୁରୀ। ଡିଲିମିଟେସନରେ ପ୍ରତିନିଧିତ୍ବ ହାର କମିବା ଜାତୀୟସ୍ତରରେ କ୍ଷତି ପହଞ୍ଚାଇବ । ପ୍ରସ୍ତାବିତ ସମ୍ବିଧାନ ସଂଶୋଧନରେ ଓଡ଼ିଶାର ପ୍ରତିନିଧିତ୍ବ ୩.୯ରୁ ୩.୪%କୁ ହ୍ରାସ ଘଟିବ। ୬ଟି କ୍ଷତି ସହିବାକୁ ଥିବା ରାଜ୍ୟ ଭିତରେ ଆମକୁ ପଏଣ୍ଟ ୫ କ୍ଷତି ସହିବାକୁ ହେବ। ଓଡ଼ିଶା ଲୋକେ ଆପଣଙ୍କୁ ସଂସଦକୁ ପଠାଇଛନ୍ତି ଏହା କରିବାକୁ ଦିଅନ୍ତୁନି ।
ନବୀନ କହିଛନ୍ତି ,ମହିଳା ସଶକ୍ତିକରଣ ଏବଂ ବିଧାନସଭାରେ ମହିଳାମାନଙ୍କର ଅଧିକ ପ୍ରତିନିଧିତ୍ୱ ନୀତିକୁ ପୂର୍ଣ୍ଣ ହୃଦୟରେ ସମର୍ଥନ କରୁଛୁ । ସଂସଦ ଏବଂ ବିଧାନସଭାରେ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣର ଧାରଣା ପ୍ରଗତିଶୀଳ ଏବଂ ଆବଶ୍ୟକ । ୨୦୨୩ରେ ବିଜେଡ଼ି ମହିଳା ସଂରକ୍ଷଣ (ନାରୀ ଶକ୍ତି ବନ୍ଦନ ଅଧିନିୟମ) ସମ୍ପର୍କରେ ୧୦୬ତମ ସମ୍ବିଧାନ ସଂଶୋଧନ ବିଲ୍ କୁ ପୂର୍ଣ୍ଣ ହୃଦୟରେ ସମର୍ଥନ କରିଥିଲା। କିନ୍ତୁ ପ୍ରସ୍ତାବିତ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ଗମ୍ଭୀର ଚିନ୍ତାର କାରଣ ପାଲଟିଛି ।
ଜନସଂଖ୍ୟା ନିୟନ୍ତ୍ରଣ ଓ ମାନବ ସମ୍ବଳର ବିକାଶ ସତ୍ତ୍ବେ ଓଡ଼ିଶାକୁ ଦଣ୍ଡିତ କରାନଯାଉ। କେନ୍ଦ୍ରୀୟ ରାଜସ୍ବକୁ ବଡ଼ ଅବଦାନ ସତ୍ତ୍ବେ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି ପୂରଣ ହୋଇନି । ଯଦି ଓଡ଼ିଶାର ପ୍ରତିନିଧିତ୍ବ କମୁନି, ତାହେଲେ ସଂଶୋଧନକୁ ସମର୍ଥନ କରିବା ଉଚିତ। କେନ୍ଦ୍ରରେ ଓଡ଼ିଶା ଅଧିକାର ପାଇଁ ସଂସଦ ଭିତରେ ଓ ବାହାରେ ସ୍ବର ଉଠାନ୍ତୁ ।



