ବିଜେଡି ର ଜନସମ୍ପର୍କ ପଦଯାତ୍ରା, ଯୋଗଦେଲେ ନବୀନ

ଡବଲ ଇଞ୍ଜିନ  ସରକାର ପାଇଁ ତାଙ୍କ ଦଳର ବିକାଶ ମୁଖ୍ୟ  ଏଜେଣ୍ଡା - ନବୀନ

ବିଜେଡି ର ଜନସମ୍ପର୍କ ପଦଯାତ୍ରା, ଯୋଗଦେଲେ ନବୀନ
Samaya Live News Picture
Published On

ଭୁବନେଶ୍ୱର : ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଲକ୍ଷ୍ମୀସାଗର ମେଳଣ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସଭାପତି ନବୀନ ପଟ୍ଟନାୟକ । ଏହି ଅବସରରେ ସେ କହିଥିଲେ , ବିଜେଡି ସରକାରରେ  ବିକାଶ ଥିଲା ମୁଖ୍ୟ ଏଜେଣ୍ଡା । କିନ୍ତୁ ଏ ଡବଲ ଇଞ୍ଜିନ  ସରକାର ପାଇଁ ତାଙ୍କ ଦଳର ବିକାଶ ମୁଖ୍ୟ ଏଜେଣ୍ଡା ହୋଇଛି। ଶ୍ରୀ ପଟ୍ଟନାୟକ  କହିଥିଲେ ଯେ ଏ ସରକାର ଅମଳରେ  ସମସ୍ତେ ହଇରାଣ। ଚାଷୀ ହଇରାଣ ମହିଳା ହଇରାଣ, ବରିଷ୍ଠ ନାଗରିକଙ୍କ ସହିତ ଗରିବ ଲୋକ ବି ହଇରାଣ । ଏପରିକି ମଧ୍ୟବିତ୍ତଙ୍କ କଥା ନକହିବା ଭଲ । ସେପଟେ  Gen Z ଙ୍କ ଭବିଷ୍ୟତ ଅନ୍ଧାର। ଅତ୍ୟାବଶକ ଦ୍ରବ୍ୟ ର ଦରଦାମ ବଢ଼ି ଚାଲିଛି। କିନ୍ତୁ ସରକାର ନିଦା ବିଷ୍ଣୁ । ଅପାରଗତା ରେ ଓଡିଶା ସରକାର ସାରା ଦେଶରେ ଏକ ନମ୍ବର ବୋଲି ଶ୍ରୀ ପଟ୍ଟନାୟକ କଟାକ୍ଷ କରିଥିଲେ । ତେଣୁ ଲୋକଙ୍କ ସହ ରହି ଏ ଅପାରଗ ସରକାର ର ମୁଖା ଖୋଲି ଦେବାକୁ ଶ୍ରୀ ପଟ୍ଟନାୟକ  ଦଳ ର କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ର ବହୁ ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା , ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା , ମେୟର ସୁଲୋଚନା ଦାସ ଓ ଶ୍ରୀ ମନ୍ମଥ ରାଉତରାୟ  ପ୍ରମୁଖ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ  ତୀବ୍ର ସମାଲୋଚନା କରିଥିଲେ । ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ବେଗୁନିଆ ବିଧାୟକ ଶ୍ରୀ ପ୍ରଦୀପ ସାହୁ  ପ୍ରମୁଖ ଉପସ୍ଥିତ ଥିଲେ।ଏହି ସମାବେଶ ରେ ସ୍ଥାନୀୟ କର୍ପୋରେଟର  ଶ୍ରୀ ଭରତ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିପୁଳ ଜନ ସମାବେଶ ହୋଇ ଥିଲା ।

Tags: