ପୂର୍ବତନ ବିଜେଡି ବିଧାୟକ ସୁଶାନ୍ତ ସିଂ ଙ୍କ ପରଲୋକ ,ଶୋକ ପ୍ରକାଶ କଲେ ନବୀନ

ପୂର୍ବତନ ବିଜେଡି ବିଧାୟକ ସୁଶାନ୍ତ ସିଂ ଙ୍କ ପରଲୋକ ,ଶୋକ ପ୍ରକାଶ କଲେ ନବୀନ
Samaya Live News Picture
Published On

ଭୁବନେଶ୍ୱର : ରାଜନୈତିକ ମହଲରୁ ଦୁଃଖଦ ଖବର । ବିଜୁ ଜନତା ଦଳ ର ପୂର୍ବତନ ବିଧାୟକ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଗତକାଲି ରାଜଧାନୀ ଭୂବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପାର୍ଥିବ ଶରୀର ତ୍ୟାଗ କରିଛନ୍ତି  । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲା । ସୁଶାନ୍ତ ସିଂହ ଦୀର୍ଘଦିନ ଧରି ଗୁରୁତର ଅସୁସ୍ଥତାରେ ପୀଡ଼ିତ ଥିଲେ । ସୁଶାନ୍ତ ସିଂ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଥିଲେ ।

ସୁଶାନ୍ତ ସିଂ ୨୦୦୯ , ୨୦୧୪ , ୨୦୧୯ , ତିନି ଥର ଭଟଲି ନିର୍ବାଚନମଣ୍ଡଳୀ ର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୨୪ ବିଧାନସଭା ନିର୍ବାଚନରେ ବିଜେପିର ଇରାଶିଷ ଆଚାର୍ଯ୍ୟଙ୍କ ଠାରୁ ପରାଜୟ ହୋଇଥିଲି ସୁଶାନ୍ତ । ତାଙ୍କର ରାଜନୈତିକ ଜୀବନରେ ସାଧାରଣ ଲୋକଙ୍କ ସେବା ଏବଂ ବିକାଶମୂଳକ କାର୍ଯ୍ୟ ପାଇଁ ସେ ପରିଚିତ ଥିଲେ । ସୁଶାନ୍ତ ସିଂ ଙ୍କର  ଅକାଳ ବିୟୋଗ ରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ବିଜେଡି ସମେତ ବିଭିନ୍ନ ଦଳର ନେତାମାନେ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

ସୁଶାନ୍ତ ସିଂଙ୍କ ବିୟୋଗରେ ଦୁଃଖପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଏକ୍ସରେ ଲେଖିଛନ୍ତି, '' ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ସୁଶାନ୍ତ ସିଂହଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ବିୟୋଗରେ ଦଳ ଜଣେ ଦକ୍ଷ ସଙ୍ଗଠକ ତଥା ଲୋକପ୍ରିୟ ନେତାଙ୍କୁ ହରାଇଲା। ବିଜୁ ଜନତା ଦଳକୁ ମଜଭୁତ କରିବା ସହ ଲୋକଙ୍କ ସେବାରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି ।''

Tags: