ଆସନ୍ତା କାଲି ନବୀନ ଡକାଇଲେ ବଡ଼ ବୈଠକ

ଆସନ୍ତା କାଲି ନବୀନ ଡକାଇଲେ ବଡ଼ ବୈଠକ
Samaya Live News Picture
Published On

ଭୁବନେଶ୍ୱର: ବିଜେଡିରେ ବଡ଼ ହଲଚଲ । ଆସନ୍ତା କାଲି ଶଙ୍ଖ ଭବନରେ ବୈଠକ ଡ଼କାଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । କରିପାରନ୍ତି କୌଣସି ଏକ ବଡ଼ ଘୋଷଣା । ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। କିଛିଦିନ ପୂର୍ବରୁ ବିଜେଡ଼ି ନେତା ମନ୍ମଥ ରାଉତରାୟ ଦେଇଥିଲେ ଏହାର ପ୍ରାକ-ସୂଚନା । ତାଙ୍କ ବୟାନ ଏବେ ସତରେ ପରିଣତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ  ଆଜି ନବୀନ ନିବାସରେ ବିଜେଡିର କିଛି ପ୍ରମୁଖ ନେତାଙ୍କୁ ନେଇ ଏକ ବଡ଼ ବୈଠକ ହୋଇଛି ।

ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଶଙ୍ଖ ଭବନରେ ଆସନ୍ତା କାଲି ଦିନ ସାଢ଼େ ୧୨ଟାରେ ବୈଠକ ବସିବ ।ଆଜି ନବୀନ ନିବାସରେ ବିଜେଡ଼ିର ବରିଷ୍ଠ ନେତାମାନଙ୍କୁ ନେଇ ଏକ ବଡ଼ ବୈଠକ ବସିଥିଲା । ଯେଉଁଥିରେ ପ୍ରତାପ ଜେନା, ଟୁକୁନି ସାହୁ, ପ୍ରମୁଖ ଯୋଗ ଦେଇଥିଲେ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଘୋଷଣା କରିବା ସହିତ ତାଙ୍କୁ ଦଳକୁ ସ୍ୱାଗତ କରିବେବୋଲି ସୂଚନା ମିଳିଛି  । 

ସେପଟେ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଶ୍ରୀମୟୀଙ୍କ ମିଶ୍ରଙ୍କ ସୋସିଆଲ୍ ମିଡ଼ିଆ ପୋଷ୍ଟ । ଶ୍ରୀମୟୀ ଲେଖିଛନ୍ତି ଯେ ୨୦୨୩ କାର୍ତ୍ତିକ ପୂର୍ଣ୍ଣିମାରେ ସରକାର କ୍ଷମତାରୁ ଯିବାର ମୂଳଦୁଆ ପଡିଥିଲା। ଆସନ୍ତାକାଲି ନିର୍ଜଳା ଏକାଦଶୀରେ ଦଳ ନିଶ୍ଚିହ୍ନ ହେବାର ମୂଳଦୁଆ ପଡ଼ିବାକୁ ଯାଉଛି । 

ସେହିପରି ୨୦୨୫ରେ କହିଥିଲି, ଟାଇଟାନିକ ବୁଡ଼ିବା ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଜେମାମଣୀଙ୍କ ପାଦୁକା ପୂଜା କରାଇବାକୁ,ତେଲମରା ଭକ୍ତ, ସମ୍ପୂର୍ଣ୍ଣ ପ୍ରସ୍ତୁତ । ନିଜେ ବୁଲି ୨୦୨୪ ସାଧାରଣ ନିର୍ବାଚନରେ ଦଳକୁ ପରାଜିତ କରି ମନ ଭରିଲାନି, ଏବେ ପୁଣି ତାମିଲ୍ ବୋହୂକୁ ମିଶାଇ ଦଳକୁ ନିଜ ଦଖଲକୁ ନେବା ପାଇଁ ଭଣ୍ଡ ପ୍ରସ୍ତୁତ କରିଛନ୍ତି ମାଷ୍ଟର୍ ପ୍ଲାନ୍ । 

ଶ୍ରୀମୟୀ ଆହୁରି ଲେଖିଛନ୍ତି, ନେତାମାନଙ୍କୁ ଶଙ୍ଖ ଭବନ ଡାକି ତାମିଲ୍ ବୋହୂକୁ ରେଡ୍ କାର୍ପେଟ୍ ସ୍ୱାଗତ କରିବା ପାଇଁ ଫରମାନ୍ ଜାରି ହୋଇଛି । କହିବାକୁ ଗଲେ ଏକ ପ୍ରକାର ନିର୍ଦ୍ଦେଶନାମା ଜାରି ହୋଇଛି । ନିବାସର କଣ୍ଟ୍ରୋଲ ରୁମ୍ ସହାୟିକା ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ।  

Tags: