ବଦଳିବ ନନ୍ଦନକାନନ ପରିଦର୍ଶନ ନିୟମ

ବଦଳିବ ନନ୍ଦନକାନନ ପରିଦର୍ଶନ ନିୟମ
Samaya Live News Picture
Published On

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସମୟ ନିର୍ଘଣ୍ଟ ବଦଳିବ ବୋଲି ଜଣାପଡିଛି । ପ୍ରତିବର୍ଷ ଭଳି ଗ୍ରୀଷ୍ମଋତୁ ସାଙ୍ଗକୁ ଦିନ ବଡ ଯୋଗୁଁ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଆସନ୍ତା ଏପ୍ରିଲ ପହିଲାରୁ ସକାଳ ୭.୩୦ରେ ଖୋଲି ସନ୍ଧ୍ୟା ୫.୩୦ଟାରେ ବନ୍ଦ ହେବ ବୋଲି ନନ୍ଦନକାନନ ଉପନିର୍ଦେଶକଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ଏହି ନିୟମ ୨୦୨୬ ସେପ୍ଟମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ରହିବ। ସପ୍ତାହର ପ୍ରତି ସୋମବାର ଉଭୟ ଉଦ୍ୟାନ ବନ୍ଦ ରହିବ ।

 

Tags: