ଖୁବ୍‌ଶୀଘ୍ର ନବ ଦାସ ହତ୍ୟାକାଣ୍ଡର ଖୁଲାସା ହେବ - ଆଇନମନ୍ତ୍ରୀ

ଖୁବ୍‌ଶୀଘ୍ର ନବ ଦାସ ହତ୍ୟାକାଣ୍ଡର ଖୁଲାସା ହେବ - ଆଇନମନ୍ତ୍ରୀ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଖୁବ୍‌ଶୀଘ୍ର ଖୁଲାସା ହେବ । ଗତକାଲି ନବଙ୍କ ଝିଅ ଦୀପାଳି ଦାସଙ୍କ ବୟାନ ପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଦୀପାଳିଙ୍କ ମନ୍ତବ୍ୟ ଗଣମାଧ୍ୟମରେ ଦେଖିଲି । ପରିବାର ଲୋକଙ୍କ ସନ୍ଦେହକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । ମାମଲାର ସତ୍ୟତା, ଷଡ଼ଯନ୍ତ୍ର ଓ ସମ୍ପୃକ୍ତି ନେଇ ଆମୂଳଚୂଳ ତଦନ୍ତ ହେବ । ଏହି ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡର ତଦନ୍ତକୁ ବନ୍ଦ କରିବାକୁ ଗତ ସରକାର ଚେଷ୍ଟା କରିଥିଲେ । ନବଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପୁନଃ ତଦନ୍ତ ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର ହତ୍ୟାକାଣ୍ଡର ଖୁଲାସା ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧିତ ଖବର ସୁପ୍ରିମକୋର୍ଟଙ୍କ ତଦାରଖରେ ବିମାନ ଦୁର୍ଘଟଣାର ଯାଞ୍ଚ ହେଉ - ମମତା

ସୂଚନାନୁସାରେ,ଗତ ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ବିଜେଡିର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟାକରାଯାଇଥିଲା । ଗତକାଲି ଥିଲା ନବ ଦାସଙ୍କ ୩ୟ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ତାଙ୍କ ଝିଅ ଦୀପାଳି ଦାସ ଯେଉଁ ବୟାନ ଦେଇଥିଲେ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଦୀପାଳି କହିଥିଲେ ଯେ ଘଟଣା ଦିନ ୧୨ଟା ୨୭ମିନିଟରେ ତାଙ୍କୁ କଲ କରିଥିଲେ ବାପା ନବ ଦାସ । ଆଉ ଦିନ ୧୨ଟା ୪୫ମିନିଟରେ ବାପାଙ୍କୁ ଗୁଳିମାଡ ହୋଇଥିଲା । କିନ୍ତୁ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ପୁଲିସର ଏଫଆଇଆର କପିରେ ନବଙ୍କୁ ୧୨ଟା ୧୫ମିନିଟରେ ଗୁଳିମାଡ ହୋଇଥିଲା ବୋଲି ଉଲ୍ଲେଖ ରହିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ନବ ତାଙ୍କ ଝିଅକୁ ୧୨ଟା ୨୭ରେ କଲ କରିଥିଲେ ତେବେ ୧୨ଟା ୧୫ରେ ତାଙ୍କୁ କେମିିତି ଗୁଳିମାଡ ହେଲା । ଦୀପାଳିଙ୍କ ବୟାନ ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ।   

ସମ୍ବନ୍ଧିତ ଖବର ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଜରିମାନା

Tags: