ବାଲି ପାଇଁ ଲାଗୁ ହେବ MSP

ସାରା ରାଜ୍ୟରେ ଲାଗୁହେବ ସମାନ ବାଲି ଦର

ବାଲି ପାଇଁ ଲାଗୁ ହେବ MSP

ଭୁବନେଶ୍ୱର : ଏଣିକି ସାବାଡ଼ ହେବେ ବାଲି ମାଫିଆ । ଆଉ ମନ ଇଚ୍ଛା ବାଲି ଦର ବଢ଼ାଇ ପାରିବେ ନାହିଁ ଲିଜଧାରୀ । ସାରା ରାଜ୍ୟରେ ଲାଗୁହେବ ସମାନ ବାଲି ଦର । ଏଣିକି ବେଆଇନ ଭାବେ ବାଲି ଉତ୍ତୋଳନ କରି କେହି ବିକ୍ରି କରିପାରିବେ ନାହିଁ । ବାଲି ପାଇଁ ସରକାର ଏମଏସପି ଲାଗୁ କରିବେ । ସରକାର ନିର୍ଦ୍ଧାରିତ କରିଥିବା ଏମଏସପି ଦରରେ ହିଁ ବାଲି ବିକ୍ରି ହେବ । ଦର କମିବା ସହ ଲୋକଙ୍କୁ ସୁଲଭ ମୂଲ୍ୟରେ ମିଳିବ ବାଲି । ଇ - ଲଟେରୀ ମାଧ୍ୟମରେ ଦିଆଯିବ ଲିଜ ।

ସମ୍ବନ୍ଧିତ ଖବର ମାର୍ଚ୍ଚ ପ୍ରଥମ ସପ୍ତାହରେ ରତ୍ନଭଣ୍ଡାର ଗଣତି ମଣତି - ମନ୍ତ୍ରୀ

ସରକାର ବାଲି ଗଚ୍ଛିତ କରି ରଖିବା ପାଇଁ ଷ୍ଟୋରେଜ୍ ଲାଇସେନ୍ସ ଦେବେ। ବିନା ଷ୍ଟେରେଜ୍ ଲାଇସେନ୍ସରେ ବାଲି ଓ ଅନ୍ୟ ଲଘୁ ଖଣିଜ ପଦାର୍ଥ କହି ବେଆଇନ ଭାବେ ଗଚ୍ଛିତ କରି ରଖିପାରିବେ ନାହିଁ। ଶୁକ୍ରବାର କ୍ୟାବିନେଟ ବୈଠକରେ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ରେ ସଂଶୋଧନ କରିଛନ୍ତି। ଗତକାଲି କ୍ୟାବିନେଟ ବୈଠକରେ ଏହି ନିଷ୍ପତି ହୋଇଥିବାନେଇ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା ।

ସମ୍ବନ୍ଧିତ ଖବର ବାରିପଦାରେ ଆରମ୍ଭ ହେବ ଏୟାର ଟାକ୍ସି ସେବା

Tags: