ସାଂସଦ ସସ୍ମିତ ପାତ୍ରଙ୍କ ଇସ୍ତଫା ପତ୍ର ଗୃହୀତ
ଭୁବନେଶ୍ୱର : ଓଡ଼ିଶା ରାଜନୀତିରେ ହଲଚଲ । ବିଜେଡି ସଂସଦୀୟ ଦଳ ନେତା ପଦରୁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଇସ୍ତଫା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସସ୍ମିତ ପାତ୍ରଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । ଏ ନେଇ ଦଳ ପକ୍ଷରୁ ସୂଚନା ମିଳିଛି।ସସ୍ମିତ ପାତ୍ର ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ଭାବେ କାର୍ଯ୍ୟ କରୁଥିଲେ ।
ସସ୍ମିତ ପାତ୍ରଙ୍କ ଇସ୍ତଫା ପରେ ଏବେ ରାଜ୍ୟ ସଭାରେ ଦଳର ନେତୃତ୍ୱ କିଏ ନେବ, ସେ ନେଇ ଆଲୋଚନା ଆରମ୍ଭ ହେଉଛି । ସସ୍ମିତ ଜଣେ ଦକ୍ଷ ସାଂସଦ ଭାବେ ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ବର ଉଠାଇ ଆସୁଥିଲେ । ତେଣୁ ତାଙ୍କର ଏହି ନିଷ୍ପତ୍ତି ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।
Tags:



