ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ବିଭିନ୍ନ ନେତାଙ୍କ ସମାଲୋଚନା

ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ବିଭିନ୍ନ ନେତାଙ୍କ ସମାଲୋଚନା
Samaya Live News Picture
Published On

ଭୁବନେଶ୍ୱର :  ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ବୟାନକୁ ନେଇ ରାଜନୈତିକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଦଳ ନିର୍ବିଶେଷରେ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ବିରୋଧ କରାଯାଉଛି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ମନ୍ତବ୍ୟକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି । ଖୋଦ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ଏପରି ମନ୍ତବ୍ୟ ନକରାତ୍ମକ ଏବଂ କୌଣସି ମତେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ । ସେ କହିଛନ୍ତି , ଦୁବେଙ୍କ ଏହା ବ୍ୟକ୍ତିଗତ ମତ । ଏଭଳି ଏକ ମନ୍ତବ୍ୟ ଅପରିଣାମଦର୍ଶୀ ମନ୍ତବ୍ୟ । ଏଭଳି ମନ୍ତବ୍ୟ କୌଣସି ଗ୍ରହଣୀୟ ନୁହେଁ । ଏହା ମୁଖ୍ୟମନ୍ତ୍ରୀଙ୍କ ସମେତ ଆମ ସମସ୍ତଙ୍କୁ ବ୍ୟଥିତ କରିଛି । ଏହା ପରେ ଯେପରି ଆଉ କୌଣସି ବ୍ୟକ୍ତି ଏପରି ଅଗ୍ରହଣୀୟ ମନ୍ତବ୍ୟ ପୁନରାବୃତ୍ତି ନ କରନ୍ତି ସେଥିପାଇଁ ମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି 

ସେପଟେ ବିଜୁ ବାବୁଙ୍କ ପ୍ରତି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟ ନେଇ ବର୍ଷିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, ନିଶିକାନ୍ତ ଦୁବେଙ୍କ ଏଭଳି ମନ୍ତବ୍ୟଙ୍କୁ ମୁଁ ଦୃଢ଼ ନିନ୍ଦା କରୁଛି । ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ସାଂସଦଙ୍କ ବିଜୁ ବାବୁଙ୍କ ପ୍ରତି ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ । ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ ମନ୍ତବ୍ୟ । ବିଜୁ ବାବୁଙ୍କ ବିଷୟରେ କିଛି ନଜାଣି ଏଭଳି ମନ୍ତବ୍ୟ ଦେବା ସମସ୍ତଙ୍କୁ ଆଘାତ ଦେଇଛି । 

ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି ନିଶିକାନ୍ତ ଦୁବେଙ୍କୁ ଜଣେ ଦଲାଲ ବୋଲି କହିଥିବାବେଳେ ବିଧାୟକ ରାମଚନ୍ଦ୍ର କାଡାମ ନିଶିକାନ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ।

ବିଜୁ ବାବୁଙ୍କ ପ୍ରତି ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ଆଜି ଗୃହରେ ଝଡ଼ ସୃଷ୍ଟି ହୋଇଥିଲା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନସୂଚକ ବୟାନ ଦେଇଥିବା ଦାବି କରି ନିଶିକାନ୍ତଙ୍କ କ୍ଷମା ଦାବି କରିଛି । ନିଶିକାନ୍ତଙ୍କ ମନ୍ତବ୍ୟକୁ ଅଗଣତାନ୍ତ୍ରିକ କହିବା ସହ ବିଜେପିକୁ ଘେରିଛି ବିଜେଡି । ଉଭୟ ବିରୋଧୀ ବିଜେଡ଼ି ଓ କଂଗ୍ରେସ ସଦସ୍ୟମାନେ ନାରାବାଜି କରିଥିଲେ । ଫଳରେ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖାଯାଇଥିଲା । 

 

Tags: