କ୍ଷମା ମାଗିଲେ ସାଂସଦ ନିଶିକାନ୍ତ ଦୁବେ

କ୍ଷମା ମାଗିଲେ ସାଂସଦ ନିଶିକାନ୍ତ ଦୁବେ
Samaya Live News Picture
Published On

ଭୁବନେଶ୍ୱର : କ୍ଷମା ମାଗିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ପାଇଁ ନିଶିକାନ୍ତ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ଏ ସମ୍ପର୍କରେ ସେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ମୁଁ ଗାନ୍ଧୀ ପରିବାର ସମ୍ପର୍କରେ କହିଥିଲି, ମାତ୍ର ମୋ କଥାର ଭୁଲ ଅର୍ଥ ବାହାର କରାଯାଇଛି ।cvbghy

ନେହେରୁଙ୍କ ଉପରେ ସେ ଯାହା କହିଥିଲେ ତାକୁ ବିଜୁ ବାବୁଙ୍କ ପ୍ରତି କୁହାଯାଇଥିବା ଅନେକ ଭାବିଥିଲେ । ବିଜୁ ବାବୁଙ୍କ ବିଷୟରେ ଯାହା କହିଥିଲି ତାହା ମୋ ବ୍ୟକ୍ତିଗତ ମତ । ମୋ ମନ୍ତବ୍ୟ ପାଇଁ ଆଘାତ ଲାଗିଥିଲେ , ମୁଁ କ୍ଷମା ମାଗୁଛି । ବିଜୁବାବୁ ଜଣେ ଚମତ୍କାର ବ୍ୟକ୍ତିବିଶେଷ ଥିଲେ । ତାଙ୍କ ଅବଦାନ ଅତୁଳନୀୟ । ବିଜୁ ବାବୁ ଷ୍ଟେଟ୍ସ ମ୍ୟାନ ଥିଲେ ଓ ରହିବେ ବୋଲି ସେ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି । 

ସେପଟେ ଘଟଣାର ୪ ଦିନ ପରେ ନିଶିକାନ୍ତ ଦୁବେଙ୍କ କ୍ଷମା ପ୍ରାର୍ଥନାକୁ ନେଇ କଟାକ୍ଷ କରି ବିଜେଡି ଉପ ସଭାପତି ଦେବୀ ମିଶ୍ର କହିଛନ୍ତି  ,ଏହା ଗୋଇଠା ମାରି ବିଷ୍ଣୁ କରିବା ସହ ସମାନ । ଆଜି ଯାଏଁ କାହିଁକି ବିଜେପିର ରାଜ୍ୟ ତଥା ଜାତୀୟ ନେତା ଏବାବଦରେ ପାଟି ଖୋଲୁ ନାହାଁନ୍ତି ବୋଲି ସେ କହିଛନ୍ତି ।

Tags: