ବରିଷ୍ଠ ଓଏଏସ ସ୍ତରରେ ବଦଳି

ବରିଷ୍ଠ ଓଏଏସ ସ୍ତରରେ ବଦଳି
Samaya Live News Picture
Published On

ଭୁବନେଶ୍ୱର : ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳ ବଦଳ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି ହୋଇଛି । ସେହି ଅନୁଯାୟୀ ବିଏମ୍‌ସିରେ ଅତିରିକ୍ତ ଆୟୁକ୍ତ ଥିବା ରତ୍ନାକର ସାହୁଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ପଦକୁ ବଦଳି କରାଯାଇଛି।  ଏହାସହିତ ଜାତୀୟ ସ୍ବାସ୍ଥ୍ୟ ମିଶନର କ୍ଷେତ୍ରୀୟ ଅଧିକାରୀ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

କିଛି ଦିନ ପୂର୍ବେ ଶ୍ରୀ ସାହୁଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ରେଜିଷ୍ଟ୍ରାର ଭାବେ ବଦଳି କରାଯାଇଥିଲା। ତାଙ୍କର ଏହି ବଦଳି ଆଦେଶକୁ ବାତିଲ କରାଯାଇଛି। ସେହିପରି ସିଡିଏର ପୂର୍ବତନ ସଚିବ ଶ୍ବେତ କୁମାର ଦାସଙ୍କୁ ଓଡ଼ିଆ ଭାଷା, ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ଆଦେଶ ବାତିଲ କରାଯାଇ ତାଙ୍କୁ ଏମକେସିଜି ମେଡିକାଲ କଲେଜର ରେଜିଷ୍ଟ୍ରାର ଭାବେ ନିଯୁକ୍ତି ଦିଆଯାଇଛି। 

ଅପରପକ୍ଷେ ବାଲେଶ୍ବର ଅତିରିକ୍ତ ଜିଲାପାଳ ସୁଧାକର ନାୟକଙ୍କୁ କ୍ରୀଡ଼ା ବିଭାଗର ଅତିରିକ୍ତ ସଚିବ ନିଯୁକ୍ତ କରାଯାଇଛି। ଗଞ୍ଜାମ ଅତିରିକ୍ତ ଜିଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କୁ ନବରଙ୍ଗପୁର ଅତିରିକ୍ତ ଜିଲାପାଳ, ନବରଙ୍ଗପୁର ଅତିରିକ୍ତ ଜିଲାପାଳ ତପନ କୁମାର ଖୁଣ୍ଟିଆଙ୍କୁ ବାଲେଶ୍ବର ଅତିରିକ୍ତ ଜିଲାପାଳ, ଝାରସୁଗୁଡ଼ା ଉପ ଜିଲାପାଳ ସବ୍ୟସାଚୀ ପଣ୍ଡାଙ୍କୁ ମୟୂରଭଞ୍ଜ ବାମନଘାଟିର ଉପଖଣ୍ଡ ଦଣ୍ଡାଧିକାରୀ, ବୌଦ୍ଧ ଜିଲା ପରିଷଦ ନିର୍ବାହୀ ଅଧିକାରୀ ଚାର୍ଲସ୍ ନାୟକଙ୍କୁ ଆନନ୍ଦପୁର ଅତିରିକ୍ତ ଜିଲାପାଳ, କାମାକ୍ଷାନଗର ଉପ ଜିଲାପାଳ ଦିନମଣି ନାଏକଙ୍କୁ ପର୍ଯ୍ୟଟନ ବିଭାଗର ଉପ ଶାସନ ସଚିବ, ଢେଙ୍କାନାଳ ଉପ ଜିଲାପାଳ ବିବୁଧ ଗଡ଼ନାୟକଙ୍କୁ କ୍ରୀଡ଼ା ବିଭାଗର ଉପ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି।

Tags: