ନଦୀ ସ୍ରୋତରେ ଭାସି ଗଲେ ଶାଶୁ-ବୋହୁ
ବାଲିଗୁଡା : ଦେଶୀ ଡଙ୍ଗା ଓଲଟି ୨ ନିଖୋଜ ୬ ଉଦ୍ଧାର । ପ୍ରଖର ନଦୀ ସ୍ରୋତରେ ଭାସି ଯାଇ ଶାଶୁ ବୋହୁ ନିଖୋଜ । ବାଲିଗୁଡା ଥାନା ସଲାଗୁଡା ପଂଚାୟତର ଡାକା ଗାଁ ଖଡ୍ଗ ନଦୀରେ ଘଟିଛି ଅଘଟଣ । ଭାରସାମ୍ୟ ହରାଇ ନଦୀ ମଝିରେ ଡ଼ଙ୍ଗାଟି ଓଲଟି ପଡିଥିଲା । ନିଖୋଜ ଗୁନ୍ଦାନା ମଳିକ ଓ ରାଇଙ୍ଗୀ ମଳିକ ବାଲିଗୁଡା ଥାନା ପଲାମୀ ଗାଁର ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ଅପରାହ୍ନରେ ଫିରିଙ୍ଗିଆ ଅଞ୍ଚଳରେ ଏକ ଦଶାହ କାର୍ଯ୍ୟରେ ଯୋଗ ଦେଇ ଖଡଗ ନଦୀ ପାର ହୋଇ ନିଜ ଗାଁକୁ ଫେରିବା ସମୟରେ ଏହି ଅଘଟଣ ଘଟିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଖର ସ୍ରୋତରୁ ୬ଜଣକୁ ଉଦ୍ଧାର କରାଯାଇଥିବାବେଳେ ଶାଶୁ ବୋହୁ ନିଖୋଜ ହୋଇ ଯାଇଥିଲେ । ଅଗ୍ନିଶମ ବାହିନୀ ଗତକାଲି ଖୋଜା ଖୋଜି କରିଥିଲେ ଉଭୟଙ୍କ ସନ୍ଧାନ ମିଳି ପାରିନାହିଁ ।
Tags:




