ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଶାଶୁ , ଜ୍ୱାଇଁଙ୍କ ମୃତ୍ୟୁ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଶାଶୁ , ଜ୍ୱାଇଁଙ୍କ ମୃତ୍ୟୁ
Samaya Live News Picture
Published On

ସମ୍ବଲପୁର : ପାର୍ବଣ ର ଉତ୍ସବର ମାହୋଲ ଭିତରେ ଖେଳି ଯାଇଛି ଦୁଃଖର ଛାୟା । ଗତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରରୁ ଲିଭିଯାଇଛି ଦୁଇଟି ଜୀବନ ଦୀପ । ହସଖୁସିର ସଂସାରରେ ହଠାତ୍ ଖେଳିଗଲା ଶୋକର ଛାୟା । ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ଅନ୍ତର୍ଗତ ଜାମତାଲ ନିକଟରେ ଏକ ଦ୍ରୁତଗାମୀ ସ୍କର୍ପିଓ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଡିଭାଇଡରକୁ ପିଟି ହେବା ଫଳରେ ଶୁଶୁ ଜ୍ୱାଇଁଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ହେଲେ ପଡୋଶୀ ଛତିଶଗଡ଼ର ଶାଶୁ ପାୟଲ ଦାସ (୯୦) ଓ ଜ୍ୱାଇଁ ଶେଖର ମହାରାଜା (୩୦) ।

ସୂଚନାନୁସାରେ, ଗତ ବିଳମ୍ବିତ ରାତିରେ ଛତିଶଗଡ଼ରୁ ଗୋଟିଏ ପରିବାର ସମ୍ବଲପୁରରୁ ଛତିଶଗଡ଼ ଅଭିମୁଖେ ଯାଉଥିଲେ । ଏହି ସମୟରେ ଜାମତାଲ ନିକଟରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ଡିଭାଇଡର ସହ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ଘଟଣାସ୍ଥଳରେ ହିଁ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇବା ସହ ତଦନ୍ତ ଜାରି ରଖିଛି ।

 

Tags: