ହାଇୱା ଚଢ଼ିଯାଇ ମା' ମୃତ ପୁଅ ଗୁରୁତର

ଅଜଣା ଗାଡି ଧକ୍କାରେ ୨ ସାଙ୍ଗଙ୍କ ମୃତ୍ୟୁ 

ହାଇୱା ଚଢ଼ିଯାଇ ମା' ମୃତ ପୁଅ ଗୁରୁତର

ଭୁବନେଶ୍ୱର : ଏନଏଚ -୧୬ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୁଅ ସହ ସ୍କୁଟିରେ ଯିବାବେଳେ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ ମହିଳା । ଏହି ସମୟରେ ପଛପଟୁ ଏକ ହାଇୱା ଆସି ତାଙ୍କ ଉପରେ ଚଢି ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ଏବଂ ତାଙ୍କ ପୁଅକୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ରେ ଭର୍ତି କରାଇଛି । ଭୁବନେଶ୍ୱର ଇନ୍ଫୋଭ୍ୟାଲି ଥାନା ଗଙ୍ଗପଡ଼ା ଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର ଭିବିଜି ରାମ ଜି କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍

ସେହିପରି ଖୋର୍ଦ୍ଧା ସଦର ଥାନା ୧୬ ନମ୍ୱର ଦଧିମାଛଗାଡିଆ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ଜଣ ସାଙ୍ଗର ମୃତ୍ୟୁ ହୋଇଛି । ମୃତ ଯୁବକ ଦୁଇ ଜଣ ହେଲେ ବାଣପୁର ଅଞ୍ଚଳର ବିକାଶ ବରାଳ ଏବଂ ଶୁଭ୍ରାଂଶୁ ସୁନ୍ଦରାୟ । 

ସମ୍ବନ୍ଧିତ ଖବର ନକଲି ଚାଷୀଙ୍କୁ ସରକାର ଦେବେ ସୋ କଜ ନୋଟିସ

ଏହି ଦୁଇ ସାଙ୍ଗ ଭୁବନେଶ୍ୱରରେ ଏକ ପରୀକ୍ଷା ଦେବାକୁ ଆସୁଥିଲେ । ବାଣପୁର ସାନହନ୍ତୁଆଡରୁ ଭୁବନେଶ୍ଵରକୁ ଏକ ବାଇକରେ ଯାଉଥିଲେ। ପରୀକ୍ଷା ସକାଳ ୯ଟା ବେଳେ ଦେବାର ଥିଲା । ଭୋର ପ୍ରାୟ ୪ଟାରେ ଘରୁ ବାହାରିଥିଲେ । ଭୋର ୫ଟା ସମୟରେ ସଦରଥାନା ୧୬ ନମ୍ୱର ଦଧିମାଛଗାଡିଆ ଛକ ନିକଟରେ ଅଜଣା ଗାଡି ସେମାନଙ୍କୁ ଧକ୍କା  ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । 

ସମ୍ବନ୍ଧିତ ଖବର ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର

 

Tags: