ଶୋଇଥିବା ବେଳେ ସାପ କାମୁଡ଼ିବାରୁ ମା' ପୁଅଙ୍କ ମୃତ୍ୟୁ

ଶୋଇଥିବା ବେଳେ ସାପ କାମୁଡ଼ିବାରୁ ମା' ପୁଅଙ୍କ ମୃତ୍ୟୁ
Samaya Live News Picture
Published On

ଗଜପତି : ଶୋଇଥିବାବେଳେ ସାପ କାମୁଡ଼ିବାରୁ ମା' ଓ ନାବାଳକ ପୁଅ ର ମୃତ୍ୟୁ । ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ବାପା ଏବଂ କୁନି ଝିଅ । ଏଭଳି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ କଡମ୍ବାତାଳ ଗାଁ ରେ । ମୃତକ ହେଲେ ଅଜୟ କୁମାର ବଡ଼ରଇତଙ୍କ ପତ୍ନୀ ଲଳିତା ଓ ୭ ବର୍ଷର ପୁଅ ଅମିତ । ରାତିରେ ଶୋଇଥିବାବେଳେ ଦୁଇଟି ରଣା ସାପ ଘର ଭିତରେ ପଶି ମାଆ ଓ ପୁଅଙ୍କୁ କାମୁଡ଼ି ଥିବା ଜଣା ପଡିଛି । ଯନ୍ତ୍ରଣାରେ ଦୁଇ ଜଣ ଛଟପଟ ହୋଇ ଚିତ୍କାର କରିବାରୁ ଅଜୟଙ୍କ ନିଦ ଭାଙ୍ଗିଥିଲା । ପରିବାର ଲୋକେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମାଆ ଓ ପୁଅଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଅଜୟ ଓ ତାଙ୍କ ଦେଢ଼ ବର୍ଷର ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଘଟଣା ପରେ ସମଗ୍ର କଡମ୍ବାତାଳ ଗ୍ରାମରେ ଗଭୀର ଶୋକର ଛାୟା ଖେଳିଯାଇଛି ।

Tags: