ଲୁହା ରଡ୍‌ ବୋଝେଇ ଟ୍ରକ୍‌ରେ ଲିଫ୍ଟ ମାଗି ମା' ପୁଅଙ୍କ ମୃତ୍ୟୁ

ଲୁହା ରଡ୍‌ ବୋଝେଇ ଟ୍ରକ୍‌ରେ ଲିଫ୍ଟ ମାଗି ମା' ପୁଅଙ୍କ ମୃତ୍ୟୁ
Samaya Live News Picture
Published On

ଭୁବନେଶ୍ବର : ଲିଫ୍ଟ ହେଲା କାଳ । ଲୁହା ରଡ୍‌ ବୋଝେଇ ଟ୍ରକ୍‌ରେ ଲିଫ୍ଟ ମାଗି ମୃତ୍ୟୁ ମୁଖରେ ପଡ଼ି଼ଚାହଁନ୍ତି ମା'ପୁଅ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଘରକୁ ଫେରିବା ପାଇଁ ମା' ବାଟରେ ଏକ ଟ୍ରକ୍‌ କୁ ଲିଫ୍ଟ ମାଗି କୁନି ପୁଅ ସହ ଫେରୁଥିଲେ । ତେବେ ରାସ୍ତାରେ ଟ୍ରକ୍‌ ହଠାତ୍‌ ବ୍ରେକ୍ ମାରିବାରୁ ଲୁହା ରଡ୍‌ ତଳେ ଚାପି ହୋଇ ମାଆ ଓ କୁନି ପୁଅଙ୍କ ପ୍ରାଣହାନି ଘଟିଛି । 

ସୂଚନା ଅନୁସାରେ, ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ଗ୍ରାମର ବିଜୟ ସୋରେନଙ୍କ ପରିବାର ପାରାଦ୍ବୀପକୁ ଦିନ ମଜୁରିଆ ଭାବେ କାମ କରିବାକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ଚଣ୍ଡିଖୋଲରୁ ଏକ ଲୁହା ରଡ୍‌ ବୋଝେଇ ଟ୍ରକ୍‌ ଡାଲାରେ ୭ ଜଣ ଲିଫ୍ଟ ମାଗି ବସି ଆସୁଥିଲେ। ମଇତାପୁର ନିକଟରେ ଏକ ହମ୍ପସ୍‌ ପାଖରେ ଡ୍ରାଇଭର ହଠାତ୍‌ ବ୍ରେକ୍ ମାରିଦେବାରୁ ଟ୍ରକ୍‌ରେ ଥିବା ଲୁହା ପ୍ଲେଟ୍‌ ଓ ରଡ୍‌ଗୁଡ଼ିକ ଯାତ୍ରୀଙ୍କ ଉପରକୁ ଖସି ପଡ଼ିଥିଲା। ଏଥିରେ ମାଆ ଓ ପୁଅ ଗୁରୁତର ଭାବେ ଚାପି ହୋଇଯାଇଥିଲେ । ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରୁ ଗୋୖରୀ ହେମ୍ବ୍ରମ ନାମକ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । 

Tags: