ହାତୀ ଆକ୍ରମଣରେ ମା' ଝିଅ ଙ୍କ ମୃତ୍ୟୁ
ଅନୁଗୁଳ: ଦଣ୍ଡନାଚ ଦେଖି ଘରକୁ ଫେରୁଥିବା ହାତୀ ଆକ୍ରମଣରେ ମା ଓ ଝିଅଙ୍କ ମୃତ୍ୟୁ । ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ବାପା । ଅନୁଗୁଳ ଜିଲ୍ଲା ମଧୁପୁର ଗାଁରେ ଘଟିଯାଇଛି ଏଭଳି ଦୁଃଖଦ ଘଟଣା ।
ଗତକାଲି ପୋକତୁଙ୍ଗା ଗାଁରେ ଦଣ୍ଡାନାଚ ଅନୁଷ୍ଠିତ ହୋଇଥିଲା । ମଧୁପୁର ଗାଁର ଗୋଟିଏ ପରିବାର ଦଣ୍ଡନାଚ ଦେଖିବାକୁ ଯାଇଥିଲେ । ରାତିରେ ଘରକୁ ଫେରୁଥିବାବେଳେ ମଧୁପୁର ଗ୍ରାମ ଆମ୍ବ ବଗିଚା ନିକଟରେ ହଠାତ୍ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ବାପା, ମାଆ ଏବଂ ଝିଅକୁ ହାତୀ ଆକ୍ରମଣ କରିଥିଲା । ହାତୀ ମାଆ ଏବଂ ଝିଅଙ୍କୁ ଦଳି ଦେଇଥିବା ବେଳେ ସେଠାରୁ ଦୌଡ଼ି ଚାଲି ଆସି ଜୀବନ ବଞ୍ଚାଇଛନ୍ତି ବାପା । ଖବର ପାଇ ଆଜି ସକାଳେ ପୋଲିସ ଏବଂ ବନ ବିଭାଗ ଟିମ୍ ପହଁଛି ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛନ୍ତି ।
Tags:



