ବିଦ୍ୟୁତ ଆଘାତ ରେ ମା' ଝିଅଙ୍କ ମୃତ୍ୟୁ

ବିଦ୍ୟୁତ ଆଘାତ ରେ ମା' ଝିଅଙ୍କ ମୃତ୍ୟୁ
Samaya Live News Picture
Published On

ଭବାନୀପାଟଣା : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମା'ଝିଅଙ୍କ ମୃତ୍ୟୁ ଇ ଏଭଳି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ କର୍ଲାସୋଡ଼ା ଗାଁରେ। ମୃତକ ଲଳିତା ନାଏକ (୪୫) ଜଣେ ଶିକ୍ଷୟିତ୍ରୀ ଏବଂ ଝିଅ ଶୀତଳ ନାଏକ (୨୦) ବୋଲି ଜଣାପଡ଼ିଛି । ମୃତ ଲଲିତା ଗାଧୋଇବା ପରେ ତାରରେ ଓଦା ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ମାଆଙ୍କୁ ଉଦ୍ଧାର କରିବାକୁ ଯାଇ ଝିଅ ଶୀତଳ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରିଥିଲେ। ହେଲେ ବିଭିନ୍ନ କାରଣରୁ ଆମ୍ବୁଲାନ୍ସ ଡେରିରେ ଆସିବାରୁ ଏକ ଅଟୋରେ ଉଭୟଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଚିକିତ୍ସାରେ ଅବହେଳା କରିବାରୁ ଉଭୟଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦ ରେ ପରିବାର ଲୋକେ ମୃତଦେହ ସହିତ ଜିଲାପାଳଙ୍କ କାର୍ଯ୍ୟ।ଳୟ ଫାଟକ ଅବରୋଧ କରିଥିଲେ । ପରେ ତହସିଲଦାର ଏବଂ ପୁଲିସ ଅଧିକାରୀଙ୍କ ବୁଝାସୁଝା କରି ମୃତଦେହ ବ୍ୟବଚ୍ଛେଦ ପାଇଁ  ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ । ଏହି ଘଟଣା ପରେ କର୍ଲାସୋଡ଼ା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Tags: