ଗୁଣି ଗାରେଡି ସନ୍ଦେହରେ ମାଆ'-ଝିଅଙ୍କୁ ବିଭତ୍ସ ହତ୍ୟା
ସମ୍ବଲପୁର : ସମ୍ବଲପୁର ସହରରେ ଚାଞ୍ଚଲ୍ୟ । ଗୁଣି ଗାରେଡି ସନ୍ଦେହରେ ଗତ ବିଳମ୍ବିତ ରାତିରେ ଘରେ ପଶି ମା' ଝିଅଙ୍କୁ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ସମ୍ବଲପୁର ସହର ଉପକଣ୍ଠସ୍ଥ ଶାସନ ଥାନା ଅନ୍ତର୍ଗତ କୁକୁଡାପାଲି ପଞ୍ଚାୟତ ଅନ୍ତର୍ଗତ ଗୀରିପାଲି ଗ୍ରାମର ଖଡ଼ିଆପଡା ଠାରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା କରାଯାଇଥିବାର ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।ଶୋଇଥିବା ଅବସ୍ଥାରେ ଟାଙ୍ଗିଆ ହାଣି ହତ୍ୟା କରାଯାଇଥିବା କୁହାଯାଉଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।
ଘଟନାନୁସାରେ, ଗୀରିପାଲି ଗ୍ରାମର ଉର୍ମିଳା ପାତ୍ର (୬୦) ଓ ତାଙ୍କର ଝିଅ ଲିଲିମା କୁଦେର (୩୫) ଘରେ ଗତକାଲି ରାତ୍ରିରେ ଗରମ ଯୋଗୁଁଁ ଘର ବାହାରେ ଶୋଇଥିବା ବେଳେ ତାଙ୍କର ଜଣେ ପଡ଼ୋଶୀ ଏକ ଧାରୁଆ ଅସ୍ତ୍ର (ସାଇକେଲ କ୍ରାଙ୍କ)ରେ ସେମାନଙ୍କ ମୁଣ୍ଡକୁ ପିଟି ପିଟି ହତ୍ୟା କରିଛନ୍ତି । ଖବର ପାଇ ରାତ୍ରି ଅଧରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ହତ୍ୟା ଅଭିଯୁକ୍ତକୁ ଅଟକ ରଖିଛି । ମୃତ ମହିଳା ଓ ଝିଅଙ୍କ ପରିବାର ସହିତ ପଡ଼ୋଶୀ ପରିବାରର ପୂର୍ବ ଶତ୍ରୁତା ରହିଥିବା ପୋଲିସ ଜାଣିବାକୁ ପାଇଛି ।




