୫ କେଜି ରୁ ଉର୍ଦ୍ଧ୍ବ ଲୁଟ ସୁନା ରୂପା ଉଦ୍ଧାର

୫ କେଜି ରୁ ଉର୍ଦ୍ଧ୍ବ ଲୁଟ ସୁନା ରୂପା ଉଦ୍ଧାର
Samaya Live News Picture
Published On

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଖରଯୋଡ଼ା ଗାଁରେ ବଲାଙ୍ଗିର ପୋଲିସର ବଡ଼ ଚଢ଼ାଉ । ବିଭିନ୍ନ ଜିଲ୍ଲାରେ ଘଟିଥିବା ଚୋରି ଘଟଣାର ତଦନ୍ତ ବେଳେ ପୋଲିସ ବିପୁଳ ପରିମାଣର ସୁନା ଓ ରୁପା ସାମଗ୍ରୀ ଜବତ କରିଛି । ଘଟଣାରେ ୨ ଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଅନେକ ସନ୍ଦିଗ୍ଧ ଫେରାର ଥିବା ସୂଚନା ମିଳିଛି । କାଶୀପୁର ବ୍ଲକ ଫଣସଗୁଡ଼ା ଗାଁ ସମେତ କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ଖରଯୋଡ଼ା ଗାଁରେ ପୋଲିସର ଚଢ଼ାଉ । 

ପ୍ରାଥମିକ ସୂଚନା ଅନୁସାରେ ଜବତ ସୁନା-ରୁପା ସାମଗ୍ରୀର ଓଜନ ୫ କିଲୋରୁ ଅଧିକ ହୋଇପାରେ। ତେବେ ସଠିକ୍ ଓଜନ ଓ ମୂଲ୍ୟ ସମ୍ପର୍କରେ ଆନୁଷ୍ଠାନିକ ସୂଚନା ମିଳିନାହିଁ। ଫେରାର ଥିବା ବ୍ୟକ୍ତିମାନଙ୍କୁ ଧରିବା ପାଇଁ ପୋଲିସ ତଲାସି ଓ ତଦନ୍ତ ଜୋରଦାର କରିଛି ।

ଗତ ପ୍ରାୟ ଦୁଇ ମାସ ମଧ୍ୟରେ ବଲାଙ୍ଗିର ଜିଲ୍ଲାର ସିନ୍ଦେକେଲା ଦ୍ୱାରଶନି ମନ୍ଦିର, ସୁନା ଦୋକାନ ତଥା କଳାହାଣ୍ଡି, ଲାଞ୍ଜିଗଡ଼, ରାୟଗଡ଼ା ଓ କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ବିଭିନ୍ନ ଚୋରି ମାମଲା ସହ ଉଦ୍ଧାର ହୋଇଥିବା ସୁନା ଓ ରୁପାର ସମ୍ପର୍କ ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଚଲାଇଛି । ବଲାଙ୍ଗିର ଏସ୍ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଓ ଆଇଆଇସି ଖଗପତି ବିଶ୍ୱାଳଙ୍କ ନେତୃତ୍ୱରେ ପୋଲିସ ଟିମ୍ ଏହି ଚଢ଼ାଉ କରିଥିଲେ । ଏନେଇ ବଲାଙ୍ଗିର ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
 

Tags: