୪ ମାସରେ ୩୧ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ, ୨୩ରୁ ଅଧିକ ଜିଲ୍ଲା ପ୍ରଭାବିତ - ରାଜସ୍ବ ମନ୍ତ୍ରୀ

୪ ମାସରେ ୩୧ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ, ୨୩ରୁ ଅଧିକ ଜିଲ୍ଲା ପ୍ରଭାବିତ - ରାଜସ୍ବ ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ବର : ରାଜ୍ୟରେ ବନ୍ୟା ସ୍ଥିତି ନେଇ ଗୃହରେ ବିବୃତି ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନ ମନ୍ତ୍ରୀ ସୁରେଶ ପୂଜାରୀ । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ସ୍ୱାଭାବିକ ଠାରୁ ୩୧ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଫଳରେ ଓଡ଼ିଶାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଦୁଇ ମାସରେ ୧୨ଟି ଲଘୁଚାପ ସୃଷ୍ଟି ହୋଇଛି । ଏଥିରୁ ୪ଟି ଅବପାତରେ ପରିଣତ ହୋଇଛି । ଓଡ଼ିଶାରେ ୨୩ରୁ ଅଧିକ ଜିଲ୍ଲା ବ୍ୟାପକ କ୍ଷତି ହୋଉଛି । ଗତ ୪ ମାସରେ ସ୍ୱାଭାବିକ ବର୍ଷା ୧୧୦୦ ମିଲିମିଟର (ମିମି) ହେବା କଥା, କିନ୍ତୁ ଏହା ବଦଳରେ ୧୪୫୦ ମିମି ବର୍ଷା ହୋଇଛି, ଯାହାକି ସ୍ୱାଭାବିକ ଠାରୁ ପ୍ରାୟ ୩୧% ଅଧିକ। ତେବେ ବିପର୍ଯ୍ୟୟର ସ୍ଥାୟୀ ସମାଧାନ ଆମ ମୁଖ୍ୟ ଲକ୍ଷ୍ୟ । 

ରବିବାର ମୁଖ୍ୟମନ୍ତ୍ରୀ ଦକ୍ଷିଣ ଓଡ଼ିଶା କୋରାପୁଟ ଜିଲ୍ଲା ଗସ୍ତ କରିଥିଲେ । ଲୋକଙ୍କ ସହ ବସି ଦିଆଯାଉଥିବା ଖାଦ୍ୟର ମାନ ପରଖି ଥିଲେ । ପୂର୍ବରୁ ଯାଜପୁର ଓ ଭଦ୍ରକ ଯାଇ ପାଣି ଭିତରେ ପଶି ବନ୍ୟା ସ୍ଥିତିର ସମୀକ୍ଷା କରିଥିଲୁ । କ’ଣ ବ୍ୟବସ୍ଥା କଲେ ଆଗକୁ ବର୍ଷା ଆସିଥିଲେ ଏଭଳି ସ୍ଥିତି ହେବ ନାହିଁ ବିଶେଷଜ୍ଞଙ୍କ ସହ ଆଲୋଚନା ହୋଇଛି ।

ଫସଲ, ଘର ସହ ପନିପରିବା ଓ ମକା ଚାଷ ପାଇଁ କ୍ଷତିପୂରଣ ପାଇଁ ୧ ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ବନ୍ୟା ପରେ ଭିତ୍ତିଭୂମି ସୁଦୃଢ କରାଯିବ ସହ ଆଗକୁ ଏଭଳି ନହେବା ପାଇଁ IIT ସର୍ଭେ କରିବ । ବିଭିନ୍ନ ବିଭାଗର ପ୍ରକଳ୍ପ ତଥା କାର୍ଯ୍ୟର ମରାମତି ଏବଂ ପୁନରୁଦ୍ଧାର ପାଇଁ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିରନ୍ତର ସମୀକ୍ଷା ଓ ପ୍ରୟାସ ଜାରି ରହିଛି ।

Tags: