ଆଣ୍ଡାମାନ ଛୁଇଁଲା ମୌସୁମୀ

ଆଣ୍ଡାମାନ ଛୁଇଁଲା ମୌସୁମୀ
Samaya Live News Picture
Published On

ଭୁବନେଶ୍ୱର : ତାତିରୁ ମିଳିବ ତ୍ରାହି ଇ ଏଥର ସଅଳ ଆସିଛି ମୌସୁମୀ । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁଛି । ସମ୍ପୂର୍ଣ୍ଣ ନିକୋବର ଦ୍ବୀପପୁଞ୍ଜ ଓ ଆଣ୍ଡାମାନର କିଛି ଅଂଶ ଛୁଇଁ ଦକ୍ଷିଣପୂର୍ବ ଆରବ ସାଗରରେ ମଧ୍ୟ ମୌସୁମୀ ଅଗ୍ରସର ହେଉଛି । ସେହିପରି ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ମଧ୍ୟ ମୌସୁମୀ ଛୁଇଁଲା ବୋଲି ଭାରତୀୟ ପାଣିପାଗ ବିଭାଗ (IMD)  ସୂଚନା ଦେଇଛି  ।

ସେପଟେ ଆସନ୍ତା ୨୬ ତାରିଖରେ ମୌସୁମୀ କେରଳ ଛୁଇଁପାରେ ବୋଲି ଅନୁମାନ କରାଯାଉଛି  । ଆଣ୍ଡାମନରେ ମୌସୁମୀର ଅଗ୍ରଗତି ପରେ ଏହା ଭାରତର ମୁଖ୍ୟ ଭୂଭାଗ କେରଳ ଅଭିମୁଖେ ଅଗ୍ରସର ହେବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ଶୀଘ୍ର ଆସିବା ନେଇ ପୂର୍ବରୁ ମଧ୍ୟ ଅନୁମାନ କରିଥିଲା ପାଣିପାଗ ବିଭାଗ । ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର କିଛି ଅଂଶରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପରିସ୍ଥିତି ଅନୁକୂଳ ରହିଛି । ଉତ୍ତର-ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତରେ ଗ୍ରୀଷ୍ମ ଲହରୀ ତୀବ୍ର ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ଅଛି । ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ କେରଳରେ ପହଞ୍ଚିଥାଏ, ମାତ୍ର ଏଥର ଏହା କିଛି ଦିନ ଆଗରୁ ଆସୁଥିବାର ସଙ୍କେତ ମିଳିଛି।

Tags: