କେରଳମ ଛୁଇଁଲା ମୌସୁମୀ

କେରଳମ ଛୁଇଁଲା ମୌସୁମୀ
Samaya Live News Picture
Published On

ଭୁବନେଶ୍ୱର : କେରଳମ ଛୁଇଁଲା ମୌସୁମୀ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ - IMD । ତେବେ ମେ' ୨୬ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳମ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରୁଥିବାବେଳେ ଏଥର ୮ ଦିନ ବିଳମ୍ବରେ ଆସିଛି ମୌସୁମୀ । ଏନେଇ କେରଳମର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି ।

ପ୍ରାରମ୍ଭିକ ପୂର୍ବାନୁମାନରେ ମେ’ ୨୬ ତାରିଖ ପାଖାପାଖି ଆସିବ ବୋଲି ଆକଳନ କରାଯାଇଥିଲା, କିନ୍ତୁ ଅନୁକୂଳ ପାଣିପାଗ ନ ହେବାରୁ ବିଳମ୍ବରେ ପହଞ୍ଚିଛି । ମୌସୁମୀର ଆଗମନ ସହିତ କେରଳର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଅନେକ ଜିଲ୍ଲା ପାଇଁ IMD ପକ୍ଷରୁ ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଛି । ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି ସୂଚନା ରହିଛି ।

କେରଳରେ ମୌସୁମୀ ଛୁଇଁବା ପରେ ଓଡିଶାରେ ସପ୍ତାହ ମଧ୍ୟରେ ମୌସୁମୀ ପହଞ୍ଚିବ । ଆସନ୍ତା ୧୦ କିମ୍ବା ୧୨ ଆଡକୁ ଓଡିଶା ମୌସୁମୀ ଛୁଇଁପାରେ ବୋଲି ଆକଳନ କରାଯାଉଛି ।

Tags: