ଏପ୍ରିଲରେ ୮ରେ ଦଳ ର ନୂଆ ନାଁ ଘୋଷଣା କରିବେ ମୋକିମ
By: Samaya Live News
ଭୁବନେଶ୍ୱର : ବାରବାଟୀ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଗଢ଼ିବେ ନୂଆ ଦଳ । ଏପ୍ରିଲ ୮ରେ ଘୋଷଣା ହେବ ଦଳର ନୂଆ ନାଁ । ଦଳର ନାଁ 'ଓଡ଼ିଶା ଜନତା କଂଗ୍ରେସ' ରହିବ ବୋଲି ସ୍ପଷ୍ଟ କରିଛନ୍ତି ମୋକିମ୍ । ଦଳର ନାଁ ସମ୍ପର୍କରେ ନିର୍ବାଚନ କମିଶନ ଅଫିସରୁ ସବୁଜ ସଙ୍କେତ ମିଳିଛି । ଦଳୀୟ ପତାକାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଦଳର ଚିହ୍ନ ପରବର୍ତ୍ତୀ ସମୟରେ ସ୍ଥିର ହେବ ବୋଲି କହିଲେ ମୋକିମ୍ । ଏପ୍ରିଲ ପ୍ରଥମ ସପ୍ତାହରେ ଦଳ ଭୁବନେଶ୍ୱରରେ ସମାବେଶ କରିବ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ନୂଆ ଦଳ ଲଞ୍ଚ କରାଯିବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ପ୍ରତିନିଧି ଯୋଗଦେବେ।
ସମ୍ବନ୍ଧିତ ଖବର ଯୁଦ୍ଧର ପ୍ରଭାବ ବଢ଼ିଲା ସୁନା ଦର
ପୂର୍ବରୁ ମୋକିମ୍ କହିଥିଲେ ଯେ, ଆଗକୁ ନିର୍ବାଚନ ରହିଥିବା ବେଳେ ଦଳ ଗଠନ ପରେ ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କାମ କରିବୁ। ତେବେ ତାଙ୍କ ନୂଆ ଦଳ ଓଡ଼ିଶା କୈନ୍ଦ୍ରିକ ପାର୍ଟି ହେବ ଏବଂ ଓଡ଼ିଆ ଲୋକଙ୍କ ପାଇଁ କାମ କରିବ ବୋଲି ସେ କହିଛନ୍ତି।
ସମ୍ବନ୍ଧିତ ଖବର ନେତା ବାଛୁଛନ୍ତି ନେପାଳ ବାସୀ , ମୈଦାନରେ ଅଛନ୍ତି ୧୨୦ରୁ ଅଧିକ ଦଳ
Tags:



