ଆଞ୍ଚଳିକ ଦଳ ଗଠନ ହେବା ନେଇ ସଂକେତ ଦେଲେ ମୋକିମ

ଆଞ୍ଚଳିକ ଦଳ ଗଠନ ହେବା ନେଇ ସଂକେତ ଦେଲେ ମୋକିମ

ଭୁବନେଶ୍ୱର: ବରିଷ୍ଠ ରାଜନେତା ମହମ୍ମଦ ମୋକିମଙ୍କ ସଂକେତ । ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭଙ୍କ ସ୍ମୃତି ସଭାରେ ଗଣମାଧ୍ୟମକୁ କିଛି ଏଇଭଳି ସୂଚନା ଦେଇଛନ୍ତି କଂଗ୍ରେସ ଡ଼ଲାର ପୂର୍ବତନ ବରିଷ୍ଠ ନେତା ମୋକିମ । ସେ କହିଛନ୍ତି ରାଜ୍ୟ ରାଜନୀତିରେ ସ୍ଥିତି ପାଇଁ ବିକଳ୍ପର ଆବଶ୍ୟକତା ଅଛି । ଅନେକ ଯୁବ ନେତୃତ୍ୱଙ୍କୁ ଏକ ବଡ ସୁଯୋଗ ଆବଶ୍ୟକତା ରହିଛି । ସିଏ ଆମ ସହ ଯୋଗାଯୋଗରେ ଅଛନ୍ତି । ଆମେ ମଧ୍ୟ ଯୁବ ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରୁଛୁ, କାହା ପାଇଁ କେଉଁ ସ୍ଥାନ ଖାଲି ପଡେ ନାହିଁ, କିଏ ନା କିଏ ଏହାକୁ ପୂରଣ କରିଥାନ୍ତି । ରାଜ୍ୟରେ ଏବେ ବିଜେପି ସରକାର ଏବଂ ବିଜେଡି ଯେଉଁଭଳି ସ୍ଥିତି ଦେଇ ଗତି କରୁଛି, ସେଥିପାଇଁ ଏକ ବିକଳ୍ପ ର ଆବଶ୍ୟକତା ରହିଛି ।

ସମ୍ବନ୍ଧିତ ଖବର ଘରୋଇ ବସ ଧକ୍କାରେ ୩ ବାଇକ ଆରୋହୀ ମୃତ

ସେହିପରି କଂଗ୍ରେସ ଦଳର ହାଇକମାଣ୍ଡ କୁ ଟାର୍ଗେଟ କରିଛନ୍ତି ମହମ୍ମଦ ମୋକିମ । ସେ କହିଛନ୍ତି ଯିଏ ନିଜକୁ ନିଜେ ତିଆରି କରିଥିବ ତାକୁ ସାଇଡ କରି ଅନ୍ୟ କାହାକୁ ଦାୟିତ୍ୱ ଦେଲେ ସଂଗଠନ ପଛେଇ ଯାଇଥାଏ, ଯାହା କଂଗ୍ରେସ ଦଳରେ ହୋଇଛି । ଯେତେବେଳେ କମଳ ନାଥ ଓଡିଶା ଆସି ଜାନକୀ ବଲ୍ଲଭ  ପଟ୍ଟନାୟକଙ୍କୁ ଅତିଥି ବୋଲି କହି ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି କରାଗଲା, ସେତେବେଳ କଂଗ୍ରେସ ଦଳର ଡାଉନ ଫଲ ଆରମ୍ଭ ହୋଇଥିଲା । ଆଜି ପର୍ଯ୍ୟନ୍ତ ସେଇ କ୍ଷତିରୁ ଉଠି ପାରୁନାହିଁ କଂଗ୍ରେସ । ସେତେବେଲେ ଯଦି ସୋନିୟା ଗାନ୍ଧୀ ଜାନକୀଙ୍କ ସହ ଆଲୋଚନା କରିଥାନ୍ତେ ତେବେ ଆଜିର ଦିନରେ କଂଗ୍ରେସ ଏଭଳି ସ୍ଥିତି ହୋଇନଥାନ୍ତା । ଜାନକୀ ବାବୁ ଆଦର୍ଶରେ କଂଗ୍ରେସ ଦଳ ଚାଲିବା ଆବଶ୍ୟକ, କିନ୍ତୁ ଏହି ଆଦର୍ଶରେ କଂଗ୍ରେସ ଦଳର କୌଣସି ନେତା ଚାଲିବାର ଆନ୍ତରିକତା ମୋତେ ଦେଖାଯାଉନାହିଁ ।

ସମ୍ବନ୍ଧିତ ଖବର OCS ବିଜ୍ଞପ୍ତି,ସାମିଲ ହେଲା OAS,ORS

 

ସମ୍ବନ୍ଧିତ ଖବର ସ୍ମାର୍ଟ ମିଟର ଲଗାଇବାକୁ ସରକାରଙ୍କ ଘୋଷଣା

 

Tags: