ବଢୁଛି ୩ ଜିଲ୍ଲାର ଜଳସ୍ତର ମଧ୍ୟମ ଧରଣର ବନ୍ୟା ଆଶଙ୍କା - ଏସଆରସି
୪୫ ପଞ୍ଚାୟତ ବନ୍ୟା ଦ୍ଵାରା ପ୍ରଭାବିତ ହୋଇଛି
ଭୁବନେଶ୍ବର : ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ପୁଣି ଥରେ ଦେଖାଦେଇଛି ବନ୍ୟା ସ୍ଥତି । ବାଲେଶ୍ୱର ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ବିପଦ ସଂକେତ ତାପିଥିବା ବେଳେ ବିପଦ ସଂକେତ ନିକଟରେ ପହଞ୍ଚିଛି ବୁଢା ବଳଙ୍ଗ ଜଳସ୍ତର । ସେପଟେ ବୃଦ୍ଧି ପାଉଛି ସାଳନ୍ଦୀ ନଦୀ ଜଳସ୍ତର। ସକାଳ ୭ଟା ସୁଦ୍ଧା ସାଳନ୍ଦୀ ନଦୀ ରାଜଘାଟଠାରେ ବିପଦ ସଂକେତ ୧୭ ଫୁଟ ଥିବା ବେଳେ ବର୍ତ୍ତମାନ ୧୬.୨୦ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଧିରେ ଧିରେ ଉପର ମୁଣ୍ଡରେ ଲାଗି ରହିଥିବା ବର୍ଷା ଓ ହଦଗଡ ଡ୍ୟାମ ଜଳ ନିଷ୍କାସନ ଯୋଗୁଁ ସାଳନ୍ଦୀ ଜଳସ୍ତର ବୃଦ୍ଧି ପାଉଛି। ଅନେକ ତଳିଆ ଅଞ୍ଚଳ ପ୍ରଭାବିତ ହୋଇଛି। ସୁବର୍ଣ୍ଣରେଖାରେ ବି ପାଣି ସୁ ସୁ ହୋଇ ମାଡ଼ି ଆସୁଛି ।
ସେପଟେ, ଭଦ୍ରକ, ଆନନ୍ଦପୁରରେ ବୈତରଣୀ ବିପଦ ସଙ୍କେତ ଉପରେ । ଜଳସ୍ତର ୩୯.୨୭ ମିଟର ଛୁଇଁଛି ଆଖୁଆପଦାରେ ୧୭.୫୪ ମିଟରରେ ପ୍ରବାହିତ ହେଉଛି ପାଣି । ରାତି ସୁଦ୍ଧା ଏଠାରେ ବି ବିପଦ ସଙ୍କେତ ପାର୍ କରିଯାଇପାରେ । ଏନଏଚ-୫ ଗୋବିନ୍ଦପୁରଠାରେ ବୁଢ଼ାବଳଙ୍ଗ ୭.୬୦ ମିଟରରେ ପ୍ରବାହିତ ହେଉଛି । ରାତିରେ ବିପଦ ସଙ୍କେତ ଟପିପାରେ ବୋଲି ଆଶଙ୍କା କରାଯାଉଛି ।
ରାଜ୍ୟରେ ବନ୍ୟା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ । ସେ କହିଛନ୍ତି ବନ୍ୟା ସ୍ଥିତି ଉପରେ ନଜର ରହିଛି । ଗ୍ରାଉଣ୍ଡରେ ଅଧିକାରୀ ରହିଛନ୍ତି । ବାଲେଶ୍ବର, ଭଦ୍ରକ ଏବଂ ଯାଜପୁରରେ ମାଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗରେ ଅଛୁ। ୪୫ ପଞ୍ଚାୟତ ବନ୍ୟା ଦ୍ଵାରା ପ୍ରଭାବିତ ହୋଇଛି ।
ଜଳକା ବିପଦ ସଂକେତ ଟପିଥିବାବେଳେ ବୁଢାବଳଙ୍ଗ ବିପଦ ସଂକେତ ପାଖାପାଖି ରହିଛି । ଯାହାର ପ୍ରଭାବ ବାଲେଶ୍ବର ସମେତ ମୟୁରଭଞ୍ଜ ଜିଲ୍ଲାର କିଛି ପଞ୍ଚାୟତରେ ପୁଣି ଥରେ ମଧ୍ୟମ ଧରଣର ବନ୍ୟା ସ୍ଥିତି ଦେଖାଦେଇଛି । ପୂର୍ବରୁ ପ୍ରଭାବିତ ଜିଲ୍ଲା ପ୍ରଶାସନକୁ ଆଲର୍ଟ କରାଯାଇଥିଲା । ଲୋକ ମାନଙ୍କୁ ସ୍ଥାନାନ୍ତରିତ ଆରମ୍ଭ ହୋଇଛି । ବାଲେଶ୍ବର ସଦର, ରେମୁଣାର ୧୫ ପଞ୍ଚାୟତରେ ପ୍ରଭାବ ରହିଛି । ଭୋଗରାଇ ବସ୍ତା ବ୍ଲକକୁ ସତର୍କ କରାଯାଇଛି । ଝାଡ଼ଖଣ୍ଡରେ ଅଧିକ ବର୍ଷା ହୋଇଛି । ସେଥିପାଇଁ ଜଳସ୍ତର ଅଧିକ ରହିଛି । ତେବେ ଆଜି ଦିନ ୧୨ ଟା ପରେ ବେତନଟୀରେ ପାଣି କମିବ । ବନ୍ୟା ସ୍ଥିତିକୁ ଦେଖି ବାଲେଶ୍ବରରେ ୮ଟି ଟିମ୍, ଯାଜପୁରରେ ୨ ଓଡ୍ରାଫ ଓ ଗୋଟିଏ ଏନଡିଆରଏଫ, ଭଦ୍ରକରେ ୨ଟି ଟିମ୍ ଯାଜପୁରରେ ୨, କେନ୍ଦୁଝର ଗୋଟିଏ ଟିମ୍ ମୁତୟନ ଅଛନ୍ତି ।




