ମୋବାଇଲ ଲୁଟେରା ଗିରଫ
ଭୁବନେଶ୍ୱର : ରାଜଧାନୀ ରେ ମୋବାଇଲ ଲୁଟେରାଙ୍କ ଉତ୍ପାତ । ବନ୍ଧୁକ ଦେଖାଇ ମହିଳାଙ୍କ ଠାରୁ ମୋବାଇଲ ଲୁଟ କରି ଫେରାର ମାରୁଥିବାବେଳେ ଲୋକଙ୍କ ହାତରେ ଧରାପଡିଛି ଲୁଟେରା । ବେଶ କିଛି ଉତ୍ତମ ମଧ୍ୟମ ପରେ ପୋଲିସ ହାତରେ ଧରାଇଥିଲେ । ବରମୁଣ୍ଡା ଓଭର ବ୍ରିଜ୍ ତଳେ ଏହି ଘଟଣା ଘଟିଥିଲା । ପୋଲିସ ପହଞ୍ଚି ଲୁଟେରାକୁ ହେପାଜତକୁ ନେଇଛି । ତା' ନିକଟରୁ ୧୯ ଟି ମୋବାଇଲ ଜବତ କରାଯାଇଛି । ଘଟଣାକୁ ନେଇ ବରମୁଣ୍ଡା ଓଭର ବ୍ରିଜ ତଳେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା । ଏହି ଘଟଣା ପଛରେ ଏକ ବଡ଼ ରାକେଟ କାମ କରୁଥିବା ସନ୍ଦେହ କରୁଛି ପୋଲିସ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଲୁଟେରା ଜଣକ ବସ୍ ଓ ବସ୍ ଷ୍ଟାଣ୍ଡକୁ ଟାର୍ଗେଟ କରୁଥିଲା । ଅଭିଯୁକ୍ତର କ୍ରାଇମ ହିଷ୍ଟ୍ରି, ପୂର୍ବ ରେକର୍ଡ ଓ ଗ୍ୟାଙ୍ଗ ଲିଙ୍କକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।
Tags:



