ଏମଏମଡିଆର ଝଡ଼, ଅପରାହ୍ନ ୪ ଟା ଯାଏ ଗୃହ ମୁତଲବୀ
ଭୁବନେଶ୍ୱର : ଆଜି ମୌସୁମୀ ଅଧିବେଶନ ର ତୃତୀୟ ଦିନରେ ବି ଜାରି ରହିଛି ଗୃହରେ ଅଚଳାବସ୍ଥା । ଏମଏମଡିଆର ଏବଂ ବହି ବିଭ୍ରାଟକୁ ନେଇ ବିରୋଧୀଙ୍କ ହୋହଲ୍ଲାରେ ପ୍ରଶ୍ନକାଳ ଅଚଳ ପଡିଛି । ବାଚସ୍ପତିଙ୍କ ପୋଡିୟମ ତଳେ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନଙ୍କ ନାରାବାଜି କରିବା ସହିତ ଉପବାଚସ୍ପତିଙ୍କ ଉପରକୁ କଂଗ୍ରେସ ବିଧାୟକ ତାରା ବାହିନୀପତି ବ୍ୟାନର ପିଙ୍ଗିଥିଲେ । ପରିସ୍ଥିତି ଅଣାୟତ୍ତ ହେବା ଦେଖି ଅପରାହ୍ନ ୪ ଟା ଯାଏ ଗୃହକୁ ମୁଲବତୀ ଘୋଷଣା କଲେ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ।
ଚଳିତ ମୌସୁମୀ ଅଧିବେଶନରେ ସମୁଦାୟ ୯ ଟି କାର୍ଯ୍ୟ ଦିବସ ଥିବାବେଳେ ମଙ୍ଗଳବାର ଅଧିବେଶନ ଆରମ୍ଭରୁ ଲଗାତାର ୩ଦିନ ଧରି ‘ଏମଏମଡିଆର୍ ସଂଶୋଧନ (ଖଣି ସମ୍ପକି ର୍ତ ସଂଶୋଧନ) ଆଇନ’ ପ୍ରସଙ୍ଗରେ ଗୃହ ମଝିରେ ନାରାବାଜି କରି ଗୃହ ଅଚଳ କରିଛନ୍ତି ବିରୋଧୀ ।
Tags:




