ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ,ହାଇକୋର୍ଟରେ ମାମଲା ଖାରଜ
ଭୁବନେଶ୍ୱର : ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ହାଇକୋର୍ଟ ଇ ଦରମା ବୃଦ୍ଧି ବୋରୋଧରେ ହୋଇଥିବା ମାମଲା ଖାରଜ । ସରକାରଙ୍କ ଯୁକ୍ତିକୁ ଗ୍ରହଣ କରି ଖାରଜ କଲେ ହାଇକୋର୍ଟ । ଏଭଳି ମାମଲା ଗ୍ରହଣୀୟ ବୋଲି ଯୁକ୍ତି ବାଢ଼ିଥିଲେ । ସରକାରଙ୍କ ପକ୍ଷ ରଖିଥିଲେ ଆଡ଼ଭୋକେଟ ଜେନେରାଲ । ବିଲ ଆଇନରେ ପରିଣତ ହେବାପୂର୍ବରୁ ମାମଲା ହାଇକୋର୍ଟକୁ ଯାଇଥିଲା । ସମାଜସେବୀ ନାରାୟଣ ଚନ୍ଦ୍ର ଜେନା ହାଇକୋର୍ଟରେ ଏହି ମାମଲା ରୁଜୁ କରିଥିଲେ I ଓଡ଼ିଶା ଭଳି ଗରିବ ରାଜ୍ୟରେ ଏଭଳି ଦରମା ବୃଦ୍ଧି କରିବା ଦ୍ବାରା ଅର୍ଥ ବ୍ୟବସ୍ଥା ଉପରେ ଗୁରତର ପ୍ରଭାବ ପଡ଼ିବ ବୋଲି ଦର୍ଶାଇଥିଲେ । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବାତିଲ୍ କରିବା ସହ ଏକ ସ୍ୱାଧୀନ ପେ’ କମିସନ ଗଠନ ପାଇଁ ନିର୍ଦେଶ ଦେବାକୁ ପ୍ରାର୍ଥନା କରିଥିଲେ ।
ତେବେ ଓଡ଼ିଶାର ବିଧାୟକମାନଙ୍କ ଦରମା ବୃଦ୍ଧିକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହି ଦରମା ବୃଦ୍ଧି ଅସାମ୍ବିଧାନିକ ବୋଲି ଦର୍ଶାଇ ବୃଦ୍ଧି ନିଷ୍ପତ୍ତିକୁ ବାତିଲ କରିବା ସହ ସ୍ବାଧୀନ ପେ’ କମିସନ ଗଠନ ପାଇଁ ନିର୍ଦେଶ ଦେବାକୁ ପ୍ରାର୍ଥନା କରାଯାଇଛି। ମାମଲାରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଅର୍ଥ ମନ୍ତ୍ରୀ, ବିଧାୟକ ଦଳ ନେତାଙ୍କୁ ପକ୍ଷଭୁକ୍ତ କରାଯାଇ ଥିଲା ।




