ସୁରକ୍ଷା ମାଗିଲେ ବିଧାୟକ

ସୁରକ୍ଷା ମାଗିଲେ ବିଧାୟକ
Samaya Live News Picture
Published On

କେନ୍ଦୁଝର : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ । ଜୀବନ ପ୍ରତି ବିପଦ ତଥା ଆକ୍ରମଣ ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି ତେଲକୋଇ ବିଜେପି ବିଧାୟକ ଡା. ଫକୀର ମୋହନ ନାଏକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିଜ ଜିଲ୍ଲାର ଜଣେ ଶାସକ ନିଜକୁ ଅସୁରକ୍ଷିତ ମନେକରିଛନ୍ତି । ଦିନକୁ ଦିନ କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାନସଭା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତିରେ ବିପର୍ଯୟ ହୋଇଥିବା ଅଭିଯୋଗ କରିଛନ୍ତି ବିଧାୟକ ଡ. ଫକୀର ମୋହନ ନାଏକ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଜରୁରୀ ନିବେଦନ କରି ତୁରନ୍ତ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହ ଘଟଣାଗୁଡ଼ିକର ନିରପେକ୍ଷ ଓ ଗଭୀର ତଦନ୍ତ ଦାବି କରିଛନ୍ତି ।

 

Tags: