ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ

ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ

ଭୁବନେଶ୍ୱର : ବଦଳିବ ମିଶନ ଶକ୍ତି ରୂପରେଖ । ଲାଗୁହେବ ଆଇ କାର୍ଡ । ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ । ଏହାସହ ଉତ୍କଳ ଦିବସରୁ ଲାଗୁ ହେବ ଡ୍ରେସ କୋଡ଼ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ସମ୍ବନ୍ଧିତ ଖବର ରାଜ୍ୟରେ SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା

ମିଶନ ଶକ୍ତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ସୁଧ ଫେରସ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ମାର୍ଟ ଫୋନ କମ୍ୟୁନିଟି ରିସୋର୍ସ ପର୍ସନଙ୍କୁ ମିଳିବ। ୪୬ ହଜାର ସିଆରପିଙ୍କୁ ମିଳିବ। ମିଶନ ଶକ୍ତି ମହିଳାଙ୍କୁ ଦିଆଯିବାକୁ ଥିବା ଶାଢୀରେ ରହିବ ଓଡ଼ିଆ ଅସ୍ମିତାର ଝଲକ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର ବିଚାରଗତ ଭ୍ରାନ୍ତି ଦୂର କରି ମାତୃଶକ୍ତିର ସଶକ୍ତିକରଣ ସମୟର ଆହ୍ୱାନ - ଧର୍ମେନ୍ଦ୍ର ପ୍ରଧାନ

ସେ କହିଛନ୍ତି ନୂଆ ସରକାର ଆସିବା ପରେ ମହିଳା ସଶକ୍ତିକରଣ ଏବଂ ମାଆ ମାନଙ୍କର ଆର୍ଥିକ ଅଭିବୃଦ୍ଧିକୁ ସୃଦୃଢ କରିବା ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ସୁଧ ଫେରସ୍ତ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି । ପୂର୍ବରୁ ତିନୋଟି ପର୍ଯ୍ୟାୟରେ ୩୧୮ କୋଟି ୩୦ ଲକ୍ଷ ୧୬ ହଜାର ୬୪୫ ଟଙ୍କା ଦିଆଯାଇଛି । ୫ ଲକ୍ଷ ୪୪ ହଜାର ୪୯୩ ଗୋଷ୍ଠୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି । ୨ ଲକ୍ଷ ୮୦ହଜାର ୫୮୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟି ୬୬ ଲକ୍ଷ ୩୮ ହଜାର ୨୫୨ ଟଙ୍କା ଫେରସ୍ତ କରାଯାଇଛି ।

ସମ୍ବନ୍ଧିତ ଖବର ଦୋଳ ପୂର୍ଣ୍ଣିମା

ଗୋଷ୍ଠୀ ମାନଙ୍କ ଉପରେ ସୁଧ ପରିଶୋଧର ଭାର ହ୍ରାସ କରିବା ପାଇଁ ଓଡିଶା ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ନେଉଥିବା ବ୍ୟାଙ୍କଋଣ ରାଶିକୁ ବୃଦ୍ଧି କରିବା ସହ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣରେ ବାର୍ଷିକ ସୁଧ ହାରକୁ ଶୂନ୍ୟ ପ୍ରତିଶତକୁ ଆଣିଛନ୍ତି। ଏହି ସୁଧ ଫେରସ୍ତ ରାଶି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଯାଇଥାଏ।

Tags: