ଭୁଲ ଇଞ୍ଜେକ୍ସନ ଯୋଗୁଁ ନାବାଳକର ମୃତ୍ୟୁ ଅଭିଯୋଗ !
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ପରିସରରେ ଉତ୍ତେଜନା । ଭୁଲ ଇଞ୍ଜେକ୍ସନ ଯୋଗୁଁ ନାବାଳକର ମୃତ୍ୟୁ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସାଇକେଲ ଚଳାଉଥିବା ବେଳେ ପଡିଯାଇ ମାଡ଼ ହେବାରୁ ନିରାକାରପୁର ଅଞ୍ଚଳର ଜଣେ ୧୧ ବର୍ଷର ନାବାଳକ କ୍ୟାପିଟାଲ ହସ୍ପିଟାଲ ଚିକିତ୍ସା ପାଇଁ ଆସିଥିଲେ । ତେବେ ସେଠାରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଶବ ବ୍ୟବଚ୍ଛେଦ ଗୃହ ସାମ୍ନାରେ ମୃତକର ପରିବାର ଡାକ୍ତର ଓ ନର୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବସି ରହିଛନ୍ତି । ଏନେଇ ହସ୍ପିଟାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
Tags:




