ରାଜଧାନୀର ଏକ ଗେଷ୍ଟ ହାଉସରୁ ନାବାଳିକା ଉଦ୍ଧାର

ରାଜଧାନୀର ଏକ ଗେଷ୍ଟ ହାଉସରୁ ନାବାଳିକା ଉଦ୍ଧାର

ଭୁବନେଶ୍ୱର : ରାଜଧାନୀରେ ପୁଣି ସେକ୍ସ ରାକେଟ ସନ୍ଦେହ I ଗେଷ୍ଟ ହାଉସରୁ ନାବାଳିକାଙ୍କୁ ଉଦ୍ଧାର କଲା ପୋଲିସ I ୟୁନିଟ -୪ ଅଞ୍ଚଳରେ ଥିବା ଏକ ଗେଷ୍ଟ ହାଉସରେ ଅନୈତିକ କାର୍ଯ୍ୟ ଚାଲୁଥିବା ଖବର ପାଇ ଅତର୍କିତ ଚଢ଼ାଉ କରିଥିଲା ପୋଲିସ I ସେଠାରୁ ନାବାଳିକାଙ୍କୁ ଉଦ୍ଧାର ପରେ ଘଟଣାର ଜୋରଦାର ତଦନ୍ତ ଚାଲିଛି ।ଅନୈତିକ କାମ ଚାଲୁଥିବା ଅଭିଯୋଗରେ ଚଢ଼ାଉ କରି ଖାରବେଳନଗର ଥାନା ପୋଲିସ ରେଜିଷ୍ଟର ସହ ସିଜ କରିଛି କ୍ୟାମେରା ହାର୍ଡଡିସ୍କ। ଉଦ୍ଧାର ନାବାଳିକା ଢେଙ୍କାନାଳର ବୋଲି ଜଣାପଡ଼ିଛି । ଏକ ସୋରୁମରେ ରିସେପସନିଷ୍ଟ ଚାକିରୀ ଦେବାକୁ ରାଜଧାନୀକୁ ଆଣିଥିଲା ଦଲାଲ I ହୋଟେଲଟି ସରାଇ ଆପ ଅଧୀନରେ ରେଜିଷ୍ଟର ନଥିଲା ବୋଲି ଜଣାପଡିଛି

Read More ରାଜ୍ୟର ସମସ୍ତ ବନ୍ଦରରେ ରହିବ କୋଷ୍ଟଗାର୍ଡ - ଇକବାଲ ସିଂ ଚୌହାନ

JJJJJJJ
ରାଜଧାନୀର ଏକ ଗେଷ୍ଟ ହାଉସରୁ ନାବାଳିକା ଉଦ୍ଧାର

। ପୋଲିସକୁ ଚକମା ଦେବା ପାଇଁ ଦୁଇଟି ନାଁରେ ଦଲାଲ ଆଧାର କାର୍ଡ ଦେଇଥିଲା । ଦୁଇ ଜଣଙ୍କ ଜରିଆରେ ସେ ଗେଷ୍ଟ ହାଉସ ଆସିଥିଲେ । ଜଣେ ଦଲାଲ ମହେନ୍ଦ୍ର ପାତ୍ରକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟଜଣେ ଏବେବି ଫେରାର ରହିଛି । ନାବାଳିକା ଜଣଙ୍କ କାନ୍ଦିବାରୁ ତାଙ୍କୁ ଅନୈତିକ କାର୍ଯ୍ଯରେ ନିୟୋଜିତ ପାଇଁ ବାଧ୍ୟ  କରାଯାଉଥିବା ଜାଣିବାକୁ ପାଇଥିଲେ ଗେଷ୍ଟ ହାଉସ ରିସପ୍ସେନେଷ୍ଟ । ଏନେଇ ସେ ପୋଲିସକୁ ଖବର ଦେଇଥିଲେ । ରେଜିଷ୍ଟର ଯାଂଚ ସହ ଗେଷ୍ଟ ହାଉସ କର୍ମଚାରୀଙ୍କୁ ପଚରାଉଚରା କରୁଛି କମିଶନରେଟ୍ ପୋଲିସ   । 

Read More ଆଜି ଦ୍ୱିତୀୟ ଦିନରେ ସାଲିଆ ସାହିରେ ଜାରି ରହିଛି ଉଚ୍ଛେଦ

Tags: