ନାବାଳିକା ଅପହରଣକାରୀ ଗିରଫ
ଭୁବନେଶ୍ୱର : ରାଜଧାନୀରୁ ଅପହରଣ, ଯାଜପୁରରେ ଦୁଷ୍କର୍ମ । ନାବଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ । ଗିରଫ ଅଭିଯୁକ୍ତର ନାଁ ନିରଞ୍ଜନ ମଲ୍ଲିକ । ଘର ଯାଜପୁର ଜିଲ୍ଲା ଅନ୍ତର୍ଗତ ବ୍ରହ୍ମବରଦା ।
ସୂଚନାନୁସାରେ,ଅଭିଯୁକ୍ତ ନିରଞ୍ଜନ ମଲ୍ଲିକ ସହ ଭୁବନେଶ୍ୱର ଇନ୍ଫୋସିଟି ଥାନା ଅଂଚଳର ଜଣେ ନାବାଳିକାର ସୋସିଆଲ ମିଡିଆରେ ବନ୍ଧୁତା ହୋଇଥିଲା । ପରେ ନିରଞ୍ଜନ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ରାଜଧାନୀରୁ ଅପହରଣ କରି ପ୍ରଥମେ ଭୁବନେଶ୍ୱର, ପରେ କଟକ ଓ ଯାଜପୁର ନେଇ ସେଠାରେ ଦୁଷ୍କର୍ମ କରିଥିବା ନେଇ ନାବାଳିକାଙ୍କ ପରିବାରବର୍ଗ ଅଭିଯୋଗ କରିଥିଲେ । ପରେ ପୋଲିସ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଅଞ୍ଚଳରେ ଚଢ଼ଉ କରି ଅଭିଯୁକ୍ତକୁ କାବୁ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଛି । ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ବିଏନ୍ଏସ୍ (BNS) ଧାରା ଏବଂ ପୋକ୍ସୋ ଆଇନ୍ ଅନୁଯାୟୀ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି ।
Tags:




