ସଖି ସେଣ୍ଟରରେ ନାବାଳିକାଙ୍କ ଆତ୍ମହତ୍ୟା

ସଖି ସେଣ୍ଟରରେ ନାବାଳିକାଙ୍କ ଆତ୍ମହତ୍ୟା
Samaya Live News Picture
Published On

ଅନୁଗୁଳ : ପ୍ରେମିକଙ୍କ ଆତ୍ମହତ୍ୟା ପରେ ସଖି ସେଣ୍ଟରରେ ନାବାଳିକାଙ୍କ ଆତ୍ମହତ୍ୟା । ସଖୀ ସେଣ୍ଟରର ବାଥରୁମରେ ଓଢଣିରେ ଝୁଲି ପଡ଼ିଲେ ନାବାଳିକା । ତାଙ୍କ ଘର ଅନୁଗୁଳ ସଦର ଥାନା ସମାକୋଇ ଗାଁର । କିଛି ଦିନ ତଳେ ସେ ପ୍ରେମିକଙ୍କ ସହ ଘରୁ ପଳାଇଥିଲେ ।

ଘଟନାନୁସାରେ, ଢେଙ୍କାନାଳ ନିମିଧାଗାଁର ବେଣୁପାଣି ସାହୁ , ଅନୁଗୁଳର ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲେ। କିଛିଦିନ ପୂର୍ବରୁ ଘରୁ ଲୁଚି ବେଣୁପାଣି ନାବାଳିକାଙ୍କୁ ନେଇ ମୁମ୍ବାଇ ପଳାଇ ଯାଇଥିଲେ । ଘଟଣା ସମ୍ପର୍କରେ ନାବାଳିକାଙ୍କୁ ପରିବାର ପକ୍ଷରୁ ଅନୁଗୁଳ ଥାନାରେ ଏତଲା ଦିଆଯାଇଥିଲା । ଝିଅ ଘର ଲୋକଙ୍କ ଏତଲା ପରେ ବେଣୁର ବାପା ମାଙ୍କୁ ଉଠାଇ ନେଇଥିଲା ଅନୁଗୁଳ ସଦର ଥାନା ପୋଲିସ । ପ୍ରାୟ ଦୁଇ ତିନି ଦିନ ଧରି ଥାନାରେ ଅଟକ ରଖିଥିଲା । ଖବର ଶୁଣି ବେଣୁ ନାବାଳିକାଙ୍କୁ ନେଇ ମୁମ୍ବାଇରୁ ଫେରିଥିଲେ । ତେବେ ବାପା-ମା'ଙ୍କୁ ପୋଲିସ ନିର୍ଯ୍ୟାତନା ଏବଂ ଲୋକଲଜ୍ଜା ସହିନପାରି ସେ ଗୁରୁବାର ରାତିରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଅନ୍ୟପଟେ ,ନାବାଳିକାଙ୍କୁ ଉଦ୍ଧାର କରି ସଖୀ ସେଣ୍ଟରରେ ରଖିଥିଲା ଅନୁଗୁଳ ପୋଲିସ । ତେବେ ପ୍ରେମିକଙ୍କ ଆତ୍ମହତ୍ୟା ଖବର ଶୁଣି ଆଜି ସକାଳୁ ନାବାଳିକା ଜଣଙ୍କ ବାଥରୁମ ଯିବାର ବାହାନା କରି ବାଥରୁମ ଭିତରେ ହିଁ ଓଢଣିରେ ଝୁଲି ପଡ଼ିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।

Tags: