ମୋବାଇଲ ନେଇଯିବାରୁ ନାବାଳିକାଙ୍କ ଆତ୍ମହତ୍ୟା

ମୋବାଇଲ ନେଇଯିବାରୁ ନାବାଳିକାଙ୍କ ଆତ୍ମହତ୍ୟା
Samaya Live News Picture
Published On

ଉଦଳା : ମୋବାଇଲ ଦେଖିବା ବାରଣ କରିବାରୁ ଚରମ ନିଷ୍ପତି ନେଲେ ନାବାଳିକା । ମୋବାଇଲ ଛଡାଇ ନେବାରୁ ନାବାଳିକାଙ୍କ ଆତ୍ମହତ୍ୟା । ଏଭଳି ଏକ ଦାରୁଣ ଘଟଣା ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଜବ୍ରହ୍ମପୁର ବ୍ଲକ ଅନ୍ତର୍ଗତ ନାଗପାଳ ଗ୍ରାମରେ । ମୃତକ ହେଲେ ଦୁର୍ଗା ନାୟକଙ୍କ ୧୫ବର୍ଷୀୟା ଝିଅ ରୁନୁ ନାୟକ । ସେ  ଅଧିକାଂଶ ସମୟ ମୋବାଇଲ ଦେଖୁଥିଲେ । ପରିବାର ଲୋକଙ୍କ ବାରମ୍ବାର ବାରଣ ସତ୍ତ୍ୱେ କିଛି ଶୁଣୁ ନଥିଲେ । ଆଜି ସକାଳେ ରୁନୁ ଦୀର୍ଘ ସମୟ ଧରି ମୋବାଇଲ ଦେଖୁଥିଲେ । ଏହି ସମୟରେ ତାଙ୍କ ମା ଆସି ମାମୁଙ୍କୁ ମୋବାଇଲ ନେଇ ଯିବାକୁ କହିଥିଲେ । ହେଲେ ରୁନୁ ମୋବାଇଲ ଦେଇ ନ ଥିଲେ। ଏହାପରେ ତାଙ୍କ ମା' ମୋବାଇଲ ଛଡାଇ ନେବାରୁ ରୁନୁ ଘର ଭିତରେ ପଶି ଯାଇ ଭିତରପଟୁ କବାଟ ବନ୍ଦ କରି କୀଟନାଶକ ପି' ଦେଇଥିଲେ । ତେବେ ରୁନୁ ଅନେକ ସମୟ ଯାଏଁ କବାଟ ନଖୋଲିବାରୁ ପରିବାର ଲୋକେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରି ଉଦଳା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

Tags: